ମେକ୍ସିକୋରେ ଉତ୍ତେଜନା,ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଆଡ୍ଭାଇଜାରି
ମେକ୍ସିକୋରେ ଉତ୍ତେଜନା, ପୋଡ଼ାଜଳା ଓ ହିଂସା। ମେକ୍ସିକୋର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ଏଲ୍ ମେଞ୍ଚୋଙ୍କ ମୃତ୍ୟୁ ପରେ ରାଜ୍ୟର ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଆଡ୍ଭାଇଜାରି ଜାରି ହୋଇଛି । ମେକ୍ସିକୋରେ ଥିବା ସବୁ ଭାରତୀୟଙ୍କୁ କଡ଼ା ପରାମର୍ଶ ଦିଆଯାଇଛି । ନିଜ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିବା ସହ ଅପରାଧିକ କାର୍ଯ୍ୟକଳାପଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ଅନାବଶ୍ୟକ ଚଳପ୍ରଚଳ ନ କରିବାକୁ ବିଶେଷ ଅନୁରୋଧ କରାଯାଇଛି ।
ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ପୋଷ୍ଟରେ ଲେଖାଯାଇଛି, ମେକ୍ସିକୋରେ ସୁରକ୍ଷା ଅଭିଯାନ ଚାଲିଛି ଏବଂ ସେମାନଙ୍କ ସହିତ ସଂଯୁକ୍ତ ରାସ୍ତାଗୁଡ଼ିକ ଅବରୋଧ କରାଯାଇଛି ଏବଂ ଅପରାଧିକ କାର୍ଯ୍ୟକଳାପ ଘଟୁଛି।

ପୋଷ୍ଟରେ ଆହୁରି କୁହାଯାଇଛି, ଜଲିସ୍କୋ ରାଜ୍ୟ (ପୁଏର୍ଟୋ ଭାଲାର୍ଟା, ଚାପାଲା ଏବଂ ଗୁଆଡାଲାଜାରା), ତାମାଉଲିପାସ୍ ରାଜ୍ୟ (ରେନୋସା ଏବଂ ଅନ୍ୟାନ୍ୟ ପୌରପାଳିକା), ମିଚୋଆକାନ୍ ରାଜ୍ୟ, ଗୁରେରୋ ରାଜ୍ୟ ଏବଂ ନୁଏଭୋ ଲିଓନ୍ ରାଜ୍ୟର ଅଞ୍ଚଳରେ ରହୁଥିବା ଭାରତୀୟ ନାଗରିକମାନେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସେଠାରେ ରହିବା ଉଚିତ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications