ଭାରତୀୟଙ୍କୁ ଇରାନ ଛାଡ଼ିବାକୁ ଭାରତୀୟ ଦୂତାବାସର ପରାମର୍ଶ

ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ । ଇରାନ ଉପରେ ଖୁବ୍ଶୀଘ୍ର ହେବ ପ୍ରଚଣ୍ଡ ଆକ୍ରମଣ । ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ବି ଘଟିପାରେ । ତେହେରାନ ଉପରେ ଆମେରିକା ଆକ୍ରମଣ ଆଶଙ୍କା ବଢିଛି ।

ଏ ନେଇ ଭାରତ ତାର ନାଗରିକଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ତୁରନ୍ତ ଇରାନ ଛାଡିବାକୁ କହିଛି । ଇରାନରେ ଏବେ ପିରିସ୍ଥିତି ଗମ୍ଭୀର ରହିଛି । ଭାରତୀୟ ନାଗରିକଙ୍କୁ ସତର୍କ କରିଛି ଭାରତୀୟ ଦୂତାବାସ ।X ରେ ଜାରି କରାଯାଇଥିବା ଏକ ପରାମର୍ଶରେ, ଦୂତାବାସ କହିଛି ଯେ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ସମେତ ସମସ୍ତ ଭାରତୀୟ, ବାଣିଜ୍ୟିକ ବିମାନ ସମେତ ଉପଲବ୍ଧ ଉପାୟରେ ଇରାନ ଛାଡିବା ଉଚିତ।ଦୂତାବାସ ଲେଖିଛି, "ଇରାନର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତୀୟ ନାଗରିକ (ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକ)ଙ୍କୁ ବାଣିଜ୍ୟିକ ବିମାନ ସମେତ ସମସ୍ତ ଉପଲବ୍ଧ ଉପାୟରେ ଇରାନ ଛାଡିବାକୁ ପରାମର୍ଶ ଦିଆଯାଇଛି।

iran

ଦୂତାବାସ ଆହୁରି କହିଛି ଯେ ସମସ୍ତ ଭାରତୀୟ ସର୍ବଦା ସେମାନଙ୍କର ପାସପୋର୍ଟ, ପରିଚୟପତ୍ର ଏବଂ ଅନ୍ୟାନ୍ୟ ଯାତ୍ରା ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖିବା ଉଚିତ। ଯେକୌଣସି ସହାୟତା ପାଇଁ ଦୂତାବାସ ସହିତ ଯୋଗାଯୋଗ କରନ୍ତୁ। ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।+୯୮ ୯୧୨ ୮୧୦ ୯୧୧୫, +୯୮ ୯୧୨ ୮୧୦ ୯୧୦୯ , +୯୮ ୯୧୨ ୮୧୦ ୯୧୦୨, +୯୮ ୯୯୩ ୨୧୭ ୯୩୫୯ ଏହି ନମ୍ବର ମାଧ୍ୟମରେ ଦୂତାବାସରେ ଯୋଗାଯୋଗ କରାଯାଇପାରିବ।ଏହା ବ୍ୟତୀତ, ଆପଣ [email protected] ଇମେଲ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+