ଭାରତର ଅର୍ଥନୀତି ଉପରେ ଯୁଦ୍ଧ ପ୍ରଭାବ କମ୍ : ସିଆଇଆଇ ଅଧ୍ୟକ୍ଷ ସଞ୍ଜୀବ ପୁରୀ

ଚଳିତ ଆର୍ଥିକ ବର୍ଷ ଘରୋଇ ବଜାରର ଅଭିବୃଦ୍ଧି ୬.୫% ଛୁଇଁବାର ସମ୍ଭାବନା ରହିଛି । ଯୁଦ୍ଧ ଯୋଗୁ ଦେଶର ଅର୍ଥନୀତି ଉପରେ ସ୍ୱଳ୍ପମିଆଦି ପ୍ରଭାବ ରହିବ ବୋଲି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଅଧ୍ୟକ୍ଷ ସଞ୍ଜୀବ ପୁରୀ କହିଛନ୍ତି । ଶ୍ରୀ ପୁରୀ କହିଛନ୍ତି, ବ୍ୟବସାୟ କ୍ଷେତ୍ରରେ ରହିଥିବା ବିଭିନ୍ନ ପ୍ରତିବନ୍ଧକ ସତ୍ତେ୍ୱ ଦେଶର ରାଷ୍ଟ୍ରୀୟ ହିତକୁ ନଜରରେ ରଖି ବାଣିଜ୍ୟିକ ଅଂଶୀଦାରଙ୍କ ସହ ଚୁକ୍ତି କରିବା ଆବଶ୍ୟକତା ରହିଛି । ଶକ୍ତି, ପରିବହନ, ଧାତବ, ରସାୟନ ଏବଂ ହସ୍ପିଟାଲିଟି ଭଳି ବିଭିନ୍ନ କ୍ଷେତ୍ରରେ ଘରୋଇ ନିବେଶକୁ ଧ୍ୟାନ ରଖିବାକୁ ହେବ । ଯୁଦ୍ଧ ଯୋଗୁ ଅନିଶ୍ଚିତତା ଲାଗି ରହିଥିବାରୁ ନିବେଶ କ୍ଷେତ୍ରରେ କିଛି ସମସ୍ୟା ଆସିପାରେ । ଦେଶ ୬.୫% ଜିଡିପି ଲକ୍ଷ୍ୟ ହାସଲ କରିବାର ଢ଼େର ସମ୍ଭାବନା ରହିଛି ।

କାରଣ ଭାରତ ଆର୍ଥିକ ଢ଼ାଞ୍ଚା ବେଶ ଦୃଢ଼ ରହିଛି । ଶ୍ରୀ ପୁରୀ କହିଛନ୍ତି, ନିକଟରେ ଆର୍‌ବିଆଇ ସୁଧହାର ହ୍ରାସ କରିଛି । ମୁଦ୍ରାସ୍ଫୀତି ଏତେଟା ଚିନ୍ତାଜନକ ନୁହେଁ । ଏଥିରେ ସମୟ ସହ ହ୍ରାସ ହୋଇଛି । ଏପ୍ରିଲ ପହିଲାରୁ ଲୋକଙ୍କୁ ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ରିହାତି ମିଳିଛି । ଗତ ବର୍ଷକୁ ଦେଖିଲେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ କ୍ଷେତ୍ରରେ ନିବେଶ ବୃଦ୍ଧି ହେଉଛି ।

india

ଟ୍ରମ୍ପଙ୍କ ଟାରିଫ ଏବଂ ବିଶ୍ୱ ସ୍ତରର ବାଣିଜ୍ୟିକ କଟକଣା ଯୋଗୁ ବ୍ୟବସାୟ ପାଇଁ ବିଭିନ୍ନ ବାଧା ରହୁଛି । ଏଭଳି ସ୍ଥିତିରେ ଦେଶର ସ୍ୱାର୍ଥକୁ ନଜରରେ ରଖି ଦ୍ୱିପାକ୍ଷିକ କାରବାରକୁ ଦେଶ ଆହୁରି ଦୃଢ଼ କରିବାର ଆବଶ୍ୟକତା ରହିଛି । ଆମେରିକା ଏବଂ ୟୁରୋପୀୟ ସଂଘ ଭଳି ଦେଶ ଗୁଡ଼ିକ ସହ କାରବାର ବେଶ ଗୁରୁତ୍ୱ ରଖେ। ଏ କ୍ଷେତ୍ରରେ ଦ୍ୱିପାକ୍ଷୀକ ବାଣିଜ୍ୟ ଚୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସେହିଭଳି ବିଭିନ୍ନ କ୍ଷେତ୍ରରେ ପ୍ରତିସ୍ଫର୍ଦ୍ଧା ବଢ଼ାଇବା ଲାଗି ତ୍ରିସ୍ତରୀୟ ସଂରଚନା ନିର୍ମାଣ କରିବା ଲାଗି ଶ୍ରୀ ପୁରୀ ପରାମର୍ଶ ଦେଇଛନ୍ତି । କୃଷି,ଜଳବାୟୁ, ପରିବର୍ତ୍ତନ ଏବଂ ଶିଳ୍ପ ଅନୁକୂଳ ବାତାବରଣ ଉପରେ ଆହୁରି ଅନେକ କାମ କରିବାକୁ ହେବ । ସେହିଭଳି ଅଭିବୃଦ୍ଧି ଏବଂ ପ୍ରତିସ୍ପର୍ଦ୍ଧା ଘରୋଇ ବଜାର ଲାଗି ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବାରୁ ଏହା ଉପରେ ଅଧିକ ପଦକ୍ଷେପ ଲୋଡ଼ା । ଆଗାମୀ ଦିନରେ ସୁଧହାର ଆହୁରି ହ୍ରାସ ହୋଇପାରେ । ଏବେ ଗ୍ରାମୀଣ ଚାହିଦା ବଢ଼ୁଛି । ସହରୀ ଚାହିଦା ସାମାନ୍ୟ ସ୍ଥିର ରହିଛି । ଆଗାମୀ କିଛି ମାସରରେ ଏଥିରେ ବୃଦ୍ଧି ପରିଲକ୍ଷିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+