ସତ୍ୟସାଇ ବାବାଙ୍କ ବାଣୀରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଥିଲା'

ସମସ୍ତଙ୍କୁ ଭଲ ପାଅ । ସମସ୍ତଙ୍କ ସେବା କର । ଏହା ହିଁ ଭାରତୀୟ ସଂସ୍କୃତିର ମୂଳମନ୍ତ୍ରୀ । ସତ୍ୟସାଇ ବାବାଙ୍କ ବାଣୀରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଥିଲା । ସମାଜର ସାମଗ୍ରିକ ବିକାଶ ପାଇଁ ସେ ନେଇଥିବା ପଦକ୍ଷେପଗୁଡିକ ଆଜି ବି ସେବା ଯୋଗାଇ ଆସୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସତ୍ୟସାଇଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସତ୍ୟସାଇ ବାବାଙ୍କ ପ୍ରଭାବ ଭାରତର କଲ୍ୟାଣକାରୀ ଯୋଜନାଗୁଡିକ ଉପରେ ପଡିଥିବା କହିଥିଲେ ।

ଗତ ୧୧ ବର୍ଷ ଧରି କେନ୍ଦ୍ର ସରକାର ଆରମ୍ଭ କରିଥିବା ଜନକଲ୍ୟାଣକାରୀ ଯୋଜନାଗୁଡିକର ସୁଫଳ ଦେଶର ପ୍ରାୟ ଶହେ କୋଟି ଲୋକଙ୍କ ନିକଟରେ ପହଞ୍ଚିଥିବା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ୱରେ ମାନବତା ଏକମାତ୍ର ଜାତି, ପ୍ରେମ ହିଁ ଏକମାତ୍ର ଧର୍ମ ଓ ହୃଦୟର ଭାଷା ଏକମାତ୍ର ଭାଷା ହେବା ଉଚିତ।

PM MODI

ସେହିପରି ଈଶ୍ୱର ସବୁଠାରେ ଉପସ୍ଥିତ ଅଛନ୍ତି ବୋଲି କହିଥିଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା। ସେହିପରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ୨୦୧୧ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସତ୍ୟ ସାଇବାବାଙ୍କ ଠାରୁ ମିଳିଥିବା ପୁସ୍ତକ କିପରି ତାଙ୍କ ମାନସିକତାରେ ପରିବର୍ତ୍ତନ ଆଣିଥିଲା ତାହା କହିଥିଲେ। ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ୟସାଇ ବାବାଙ୍କ ସମ୍ମାନାର୍ଥେ ସ୍ମାରକ ଶହେ ଟଙ୍କିଆ କଏନ ଓ ପୋଷ୍ଟେଜ ଷ୍ଟାମ୍ପ ଉନ୍ମୋଚନ କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+