ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୩ ନିଖୋଜ

Indian Coast Guard: ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଆରବ ସାଗରରେ ଦୁର୍ଘଟଣାର ଶିକାର ହୋଇଛି। ଗୁଜୁରାଟର ପୋରବନ୍ଦର ଉପକୂଳରୁ ଆରବ ସାଗରରେ ସାହାଯ୍ୟ ପାଇଁ ଯାଇଥିବା କୋଷ୍ଟଗାର୍ଡ ହେଲିକପ୍ଟର ସମୁଦ୍ରରେ ବୁଡ଼ି ଯାଇଥିଲା, ଏହି କାରଣରୁ ଦୁଇ ପାଇଲଟ ଏବଂ ଡାଇଭରଙ୍କ ସମେତ ତିନି ଜଣ ନିଖୋଜ ଅଛନ୍ତି । ହେଲିକପ୍ଟରରେ ଚାରି ଜଣ ଲୋକ ଥିଲେ, ଯେଉଁଥିରୁ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ଅଛି ।

Indian Coast Guard

ସୂଚନାଥାଉ ଯେ, ହେଲିକପ୍ଟରରେ ୪ ଜଣ କ୍ରୁ ସଦସ୍ୟ ଥିଲେ, ଯାହା ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି, ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି । ସମସ୍ତ ନିଖୋଜ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସର୍ଚ୍ଚ ଅପରେସନ୍ ପାଇଁ କୋଷ୍ଟଗାର୍ଡ ପକ୍ଷରୁ ୪ଟି ଜାହାଜ ଏବଂ ଦୁଇଟି ବିମାନ ନିୟୋଜିତ କରାଯାଇଛି ।

କୋଷ୍ଟରାର୍ଡର ଜଣେ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏହି ଧ୍ରୁବ ହେଲିକପ୍ଚରଟି ଗୁଜୁରାଟ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ଥିଲା । ସୋମବାର ରାତି ୧୧ଟାରେ ପୋରବନ୍ଦର ନିକଟ ଆରବ ସାରଗ ହେଲିକେପ୍ଟରଟି ଏମରଜେନ୍ସି ଲ୍ୟାଣ୍ତିଂ କରିଥିଲା । ଯାହାପରେ ଦୁର୍ଘଟଣା ଘଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+