କୋଷ୍ଟଗାର୍ଡ ଡିଜି ରାକେଶ ପାଲ୍‌ଙ୍କ ହୃଦଘାତରେ ପରଲୋକ

ଚେନ୍ନାଇ: ଭାରତୀୟ ତଟରକ୍ଷୀ ବାହିନୀର ଡାଇରେକ୍ଟର ଅଫ ଜେନେରାଲ ରାକେଶ ପାଲଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରାକେଶ ପାଲ ୨୦୨୩ ଜୁଲାଇରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)ର ୨୫ତମ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ଚେନ୍ନାଇରେ ଥିବା ନୌସେନା ଘାଟି ଆଇଏନଏସ ଆଡ୍ଯାରରେ ଥିବାବେଳେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଚେନ୍ନାଇ ଗସ୍ତ ପାଇଁ ପ୍ରସ୍ତୁତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ବେଳେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ତାଙ୍କୁ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲ (ଆର୍ଜିଜିଜିଏଚ୍)ରେ ଭର୍ତ୍ତି କରାଯାଇଥିଲା। ରାକେଶ ଆଜି ଭାରତୀୟ ତଟରକ୍ଷୀ ବାହିନୀର ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସାମିଲ ହେବାର ଥିଲା। ତେକେ କାର୍ଯ୍ୟକ୍ରମ ପୂର୍ବରୂ ରାକେଶ ଅସୁସ୍ଥ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Rakesh Pal

ସେଠାରେ ସେ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିବା ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି। ରାକେଶ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ରାଜନାଥ ସିଂହ ଚେନ୍ନାଇରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତେବେ ମୃତ୍ୟୁ ଖବର ଶୁଣିବା ପରେ ସେ ହସ୍ପିଟାଲରେ ପହଞ୍ଚି ରାକେଶଙ୍କୁ ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ମଧ୍ୟ ଶ୍ରୀ ସିଂହ ଶୋକ ପ୍ରକାଶ କରିଛନ୍ତି।

ରାକେଶ ପାଲ ଭାରତୀୟ ନୌସେନା ଏକାଡେମୀର ପୂର୍ବତନ ଛାତ୍ର ଏବଂ ଜାନୁଆରୀ ୧୯୮୯ରେ ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ । ଦୀର୍ଘ ୩୫ ବର୍ଷର କ୍ୟାରିୟରରେ ଫ୍ଲାଗ ଅଫିସର କମାଣ୍ଡର କୋଷ୍ଟଗାର୍ଡ ରିଜିୟନ୍ (ଉତ୍ତର ପଶ୍ଚିମ), ଗାନ୍ଧୀନଗର, ଡେପୁଟି ଡାଇରେକ୍ଟର ଜେନେରାଲ (ପଲିସି ଆଣ୍ଡ ପ୍ଲାନ୍) ଏବଂ ନୂଆଦିଲ୍ଲୀସ୍ଥିତ ତଟରକ୍ଷୀ ବାହିନୀ ମୁଖ୍ୟାଳୟରେ ଅତିରିକ୍ତ ମହାନିର୍ଦେଶକ କୋଷ୍ଟଗାର୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+