ସମୁଦ୍ର ମଝିରେ ଆଜି ବି ଜଳୁଛି ଜାହାଜ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି

କେରଳ ଉପକୂଳରେ ଜଳୁଥିବା ସିଙ୍ଗାପୁର ପତାକା ଲଗା ଜାହାଜରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଆଜି ମଧ୍ୟ ଉଦ୍ୟମ ଜାରି ରହିଛି। ଭାରତୀୟ ନୌସେନା ଜାହାଜ ଆଇଏନଏସ ସୁରତ ୧୮ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଅପରପକ୍ଷେ ୪ ଜଣ କ୍ରୁ ସଦସ୍ୟ ଏବେ ବି ନିଖୋଜ ଅଛନ୍ତି। ସୋମବାର ଜାହାଜରେ ନିଆଁ ଲାଗିଯାଇଥିଲା ଏବଂ ମଙ୍ଗଳବାର ମଧ୍ୟ ନୌସେନା ଏବଂ ତଟରକ୍ଷୀ ବାହିନୀ ଦ୍ୱାରା ମିଳିତ ଏବଂ ସମନ୍ୱିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Indian coast guard battles

କେରଳ ଉପକୂଳ ସମୁଦ୍ର ଭିତରେ ହୋଇଛି ଏହି ବିସ୍ଫୋରଣ। ଏଥିରେ ଚାରିଜଣ କ୍ରିଉ ମେମ୍ବର ଗୁରୁତର ହୋଇଥିବା ଜଣାପଡ଼ିଛି। ଭାରତୀୟ ନୌସେନା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ INS ସୁରଟକୁ ସେଠାକୁ ପଠାଇଛି। ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ।

ସେ କହିଛନ୍ତି ଆଜି ସକାଳେ କେରଳ ଉପକୂଳ ନିକଟରେ କଣ୍ଟେନର ଜାହାଜ MV ୱାନ୍ ହାଇ ୫୦୩ ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଜାହାଜର ଲମ୍ବ ୨୭୦ ମିଟର ହୋଇଥିବା ବେଳେ ଡ୍ରାଫ୍ଟ ୧୨.୫ ମିଟର ରହିଛି। ଜାହାଜଟି ଜୁନ୍ ୭ ତାରିଖରେ କଲମ୍ବୋରୁ ବାହାରି ମୁମ୍ବାଇ ଯାଉଥିଲା। ଆସନ୍ତକାଲି ଏହା ମୁମ୍ବାଇରେ ପହଞ୍ଚିଥାନ୍ତା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+