ଭାରତୀୟ ନାଗରିକ ଏହି ସବୁ ଦେଶକୁ ଯାଉଥିଲେ ରୁହନ୍ତୁ ସତର୍କ, ମାରମର୍ଶ ଜାରି କଲା ଭାରତୀୟ ଦୂତାବାସ

ଥାଇଲାଣ୍ଡ-କାମ୍ବୋଡିଆ ସୀମାରେ ଉତ୍ତେଜନା କମିବାର ନାଁ ନେଉନି । ଗତ ଏଠାରେ ଗୁରୁବାର ହିଂସାକାଣ୍ଡ ଘଟି ୩୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଥାଇଲାଣ୍ଡ୍‌ର ୨୦ ଜଣ ଓ କାମ୍ବୋଡିଆର ୧୩ ଜଣ ରହିଛନ୍ତି । ସାମ୍ପ୍ରତିକ ଉତ୍ତେଜନାମୂଳକ ପରିସ୍ଥିତିରେ ଥାଇଲାଣ୍ଡ ଓ କାମ୍ବୋଡ଼ିଆରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ସୀମାନ୍ତ ଅଞ୍ଚଳକୁ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି । ବଢୁଥିବା ବିଶ୍ୱ ସଂଘର୍ଷ, ରାଜନୈତିକ ଅସ୍ଥିରତା ଏବଂ ବିଭିନ୍ନ ଅଞ୍ଚଳରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ଭାରତ ତା'ର ନାଗରିକମାନଙ୍କ ପାଇଁ ଏକ ଟ୍ରାଭେଲ ଆଡଭାଇଜରି ଜାରି କରିଛି, ଯେଉଁଥିରେ ଏଭଳି ସଙ୍କଟ ଥିବା ଦେଶଗୁଡ଼ିକୁ ଭ୍ରମଣ କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି । ନିମ୍ନରେ ପ୍ରଦତ୍ତ ୮ଟି ଦେଶଗଡ଼ିକ ଭ୍ରମଣ କରୁଥିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Indian citizens

୧. କାମ୍ବୋଡିଆ
ଏହି ତାଲିକାରେ ଦ୍ୱିତୀୟରେ ରହିଛି କାମ୍ବୋଡିଆ । କିଛି ଦିନ ହେଲା କାମ୍ବୋଡିଆରେ ଥାଇଲାଣ୍ଡ ସହ ସୀମା ସଂଘର୍ଷ ଦେଖିବାକୁ ମିଳିଛି । କାମ୍ବୋଡିଆସ୍ଥିତ ଭାରତୀୟ ଦୂତାବାସ ଶନିବାର ଏକ ଆଡଭାଇଜରି ଜାରି କରି ନାଗରିକମାନଙ୍କୁ କାମ୍ବୋଡିଆ-ଥାଇଲାଣ୍ଡ ସୀମାବର୍ତ୍ତୀ ଅଞ୍ଚଳରୁ ଦୂରେଇ ରହିବାକୁ କହିଛି । ଥାଇଲାଣ୍ଡ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇ ନ ଥିଲେ ମଧ୍ୟ ଥାଇଲାଣ୍ଡରେ ଥିବା ଦୂତାବାସ ଶନିବାର ଦେଶରେ ଥିବା ଭାରତୀୟ ନାଗରିକମାନଙ୍କୁ ଥାଇଲାଣ୍ଡର ୭ଟି ପ୍ରଦେଶ ଉବୋନ ରଚାଥାନି, ସୁରିନ୍, ସିସାକେଟ, ବୁରିରାମ, ସାକାଇଓ, ଚାନ୍ଥାବୁରୀ ଓ ତ୍ରାଟ୍‌ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।

୨. ୟେମେନ୍
ହୁତି ବିଦ୍ରୋହୀ, ସରକାରୀ ବାହିନୀ ଓ ବିଦେଶୀ ସହଯୋଗୀଙ୍କ ମଧ୍ୟରେ ୟେମେନରେ ଦୀର୍ଘ ଦିନ ଧରି ଗୃହଯୁଦ୍ଧ ଜାରି ରହିଛି । ଦେଶରେ ଦୈନିକ ହିଂସା, ଏୟାର୍‌ଷ୍ଟ୍ରାଇକ୍ ଓ ଭୟଙ୍କର ମାନବିକ ସଙ୍କଟ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କୁ ବିମାନ, ସ୍ଥଳ କିମ୍ବା ସମୁଦ୍ର ପଥରେ ୟେମେନ ଯିବା ଉପରେ ପ୍ରତିବନ୍ଧକ ଲଗାଇଛି । ଏହାକୁ ଉଲ୍ଲଂଘନ କଲେ ପାସପୋର୍ଟ ଆକ୍ଟ ୧୯୬୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯେଉଁଥିରେ ପାସପୋର୍ଟ ବାତିଲ କିମ୍ବା ୭ ବର୍ଷ ପର୍ଯ୍ୟନ୍ତ ଅଚଳ କରିବା ଅନ୍ତର୍ଭୁକ୍ତ ।

୩. ମ୍ୟାମାର
ମ୍ୟାମାର ସେନା ଓ ଜାତିଗତ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଛି, ବିଶେଷକରି ରାଖାଇନ୍, ଚୀନ୍ ଓ ଶାନ୍ ଭଳି ସୀମାନ୍ତ ରାଜ୍ୟରେ ଏଭଳି ସ୍ଥିତି ରହିଛି । ଏୟାର୍ ଷ୍ଟ୍ରାଇକ୍ ଓ ସଂଘର୍ଷ ଯୋଗୁଁ ସାଧାରଣ ନାଗରିକଙ୍କୁ ବିସ୍ଥାପିତ କରିବା ସହ ମାନବିକ ସଙ୍କଟ ସୃଷ୍ଟି କରିଛି । ଏଣୁ ଭାରତୀୟମାନଙ୍କୁ ମ୍ୟାମାରକୁ ଅଣ-ଅତ୍ୟାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

୪. ସିରିଆ
ସିରିଆରେ ସରକାରୀ ବାହିନୀ, ବିରୋଧୀ ଲଢ଼ୁଆ ଓ ISIS ଭଳି ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଗୃହଯୁଦ୍ଧ ଜାରି ରହିଛି । ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କୁ ସିରିଆ ଯାତ୍ରାରୁ ଦୂରେଇ ରହିବାକୁ କୁହାଯାଇଛି । ସେଠାରେ ପୂର୍ବରୁ ଥିବା ଭାରତର ଲୋକଙ୍କୁ ତୁରନ୍ତ ଫେରି ଆସିବାକୁ ଅନୁରୋଧ କରିଛି ।

୫. ଇରାକ
ଇରାକ ଏବେ ଆତଙ୍କବାଦ, ସାମ୍ପ୍ରଦାୟିକ ହିଂସା ଓ ରାଜନୈତିକ ଅସ୍ଥିରତା ସହ ସଂଘର୍ଷ ଜାରି ରଖିଛି । ବାଗଦାଦ ଓ କୁର୍ଦିସ୍ତାନ ଅଞ୍ଚଳ ଅପେକ୍ଷାକୃତ ସୁରକ୍ଷିତ ଥିବା ବେଳେ ଅନବର ଓ ନିନେଭେହ ଭଳି ଅଞ୍ଚଳ ଅଧିକ ବିପଦରେ ରହିଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଛି ଯେ ଭାରତୀୟ ନାଗରିକମାନେ ଇରାକର ୫ଟି ପ୍ରଦେଶ ଯଥା ନିନେଭେହ (ମୋସୁଲର ରାଜଧାନୀ), ସଲାହୁଦ୍ଦିନ (ତିକ୍ରିତର ରାଜଧାନୀ), ଦିୟାଲା (ବାକୁବାର ରାଜଧାନୀ), ଅଲ-ଅନବର (ରମାଦିର ରାଜଧାନୀ) ଓ କିର୍କୁକ୍‌ର କିଛି ଅଂଶକୁ ବାଦ୍ ଦେଇ ଦେଶକୁ ଯାତ୍ରା କରିବାକୁ ବିଚାର କରିପାରିବେ ।

୬. ବାଂଲାଦେଶ
ସତ୍ତା ବଦଳିବା ପରେ ବି ବାଂଲାଦେଶରେ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି ଏବଂ ହିଂସାତ୍ମକ ବିକ୍ଷୋଭ ଜନଜୀବନକୁ ବ୍ୟାହତ କରୁଛି । ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଭାରତୀୟମାନଙ୍କୁ ବାଂଲାଦେଶ ଗସ୍ତ ନ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

୭. ଲିବ୍ୟା
ଲିବ୍ୟା ଏବେ ବି ରାଜନୈତିକ ବିଭାଜନ, ସଶସ୍ତ୍ର ସଂଘର୍ଷ ଓ ଉଗ୍ରବାଦୀ ହିଂସାର ମୁକାବିଲା କରୁଛି । ଏଣୁ ବୈଦେଶିକ ମନ୍ତ୍ରଣାଳୟ ଭାରତୀୟମାନଙ୍କୁ ଏହି ଦେଶକୁ ଅଣ-ଅତ୍ୟାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।

୮. ଲେବାନନ
ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ସୀମାପାର ସଂଘର୍ଷ ଯୋଗୁଁ ଲେବାନନ ରାଜନୈତିକ ଓ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛି । ସମ୍ଭାବ୍ୟ ବିପଦ କାରଣରୁ ବର୍ତ୍ତମାନ ପାଇଁ ଲେବାନନକୁ କୌଣସି ଅଣ-ଅତ୍ୟାବଶ୍ୟକ ଯାତ୍ରା ନ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+