Get Updates
Get notified of breaking news, exclusive insights, and must-see stories!

ଲଣ୍ଡନ ମ୍ୟୁଜୀୟମ ଚୋରି ହେଲା ଭାରତୀୟ କଳାକୃତି

ଲଣ୍ଡନ ମ୍ୟୁଜିୟମରୁ ଚୋରି । ଭାରତରୁ ବ୍ରିଟେନକୁ ଅଣାଯାଇଥିବା ଅନେକ କଳାକୃତ୍ତି ଏବଂ ମୂର୍ତ୍ତି ଲୁଟ୍ । ଇଂଲଣ୍ଡର ବ୍ରିଷ୍ଟୋଲରେ ଥିବା ଏକ ସଂଗ୍ରହାଳୟରୁ ବଡ ଧରଣର ଲୁଟ୍ ହୋଇଛି । ପ୍ରାୟ୬୦୦ଟି ପ୍ରାଚୀନ କୀର୍ତ୍ତିରାଜି, କଳାକୃତି ତଥା ମୂର୍ତ୍ତି ଏବଂ ଅନେକ ବସ୍ତୁକୁ ଚୋରି କରିନେଇଛନ୍ତି ଲୁଟେରା । ତେବେ ଏ ସମସ୍ତ କଳାକୃତ୍ତି ଇଂରଜ ଅମଳରେ ଭାରତରୁ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ବ୍ରିଟେନକୁ ନେଇଯାଇଥିଲା ।

London museum

ଆଭୋନ୍ ଏବଂ ସୋମରେଷ୍ଟ୍ ପୋଲିସର କହିବାନୁସାରେ, ସେପ୍ଟେମ୍ବର୨୫ଦିନ୧ଟାରୁ୨ଟା ମଧ୍ୟରେ ମ୍ୟୁଜିୟମରୁ ଡକାୟତି ହୋଇଛି । ସମସ୍ତ ପ୍ରାଚୀନ କଳାକୃତ୍ତି ବ୍ରିଟିଶ ରାଜ ସମୟରେ ଏଠାକୁ ଆସିଥିଲା । ଲୁଟ୍ ସମୟର ସିସିଟିଭି ପୁଟେଜ୍ ମଧ୍ୟ ଜାରି ହୋଇଛି । ଯେଉଁଥିରେ୪ଜଣ ସ୍ଥାନୀୟ ନାଗରିକ ନଜର ଆସିଛନ୍ତି । ଏମାନେ ହିଁ ମ୍ୟୁଜିୟମରୁ ଲୁଟ୍ କରିଥିବା ପୋଲିସ କହିଛି ।

ପୋଲିସ ଆହୁରି କହିଛନ୍ତି ଯେ, ଯେଉଁ ସବୁ ସାମଗ୍ରୀ ଚୋରି ହୋଇଛି ତାହା ବହୁତ ଦାମୀ । ଲୁଟେରାଙ୍କ ସନ୍ଧାନ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକଙ୍କୁ ସିସିଟିଭି ଫୁଟେଜ୍ ଦେଖାଯାଇ ତଥ୍ୟ ଯୋଗାଡ ଚାଲିଛି ।

ପିଟିଆଇର ରିପୋର୍ଟ ଅନୁସାରେ, ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଗୌତମ ବୁଦ୍ଧଙ୍କ ଦାନ୍ତ ରହିଛି । ଏହାସହ ଜଣେ ବ୍ରିଟିଶ ଅଧିକାରୀଙ୍କ ବେଲ୍ଟ୍ ଚୋରି ହୋଇଛି । ଯାହା ସବୁ ଚୋରି ହୋଇଛି ତାହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଏସମସ୍ତ ବ୍ରିଟିଶର ଗୌରବମୟ ଇତିହାସକୁ ଦର୍ଶାଇଥାଏ । ତେବେ ଘଟଣାର ଦୁଇ ମାସ ଯାଏଁ ପୋଲିସ କାହିଁକି ଚୁପ୍ ବସିଥିଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+