ପାକିସ୍ତାନକୁ ଭାରତୀୟ ସେନାର କଡ଼ା ଜବାବ, ସବୁ ଡ୍ରୋନ୍‌ ଓ ମିଜାଇଲ୍‌ ଧ୍ବଂସ କଲା ସୁଦର୍ଶନ ଚକ୍ର

ପାକିସ୍ତାନର ସବୁ ମିସାଇଲ୍‌ କାଟିଲା ସୁଦର୍ଶନ ଚକ୍ର। ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌ । ଏନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ । ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍‌ କରିଛି ପାକିସ୍ତାନ ।

Indian Army

ଉତ୍ତର ଓ ପଶ୍ଚିମ ପ୍ରାନ୍ତରର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର , କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍‌, ଫଲୋଦି, ଉତ୍ତରଲାଇ ଓ ଭୁଜକୁ ଟାର୍ଗେଟ୍‌ କରିଛି ପାକିସ୍ତାନ । ଡ୍ରୋନ ଓ ମିଜାଇଲ୍‌ ଜରିଆରେ ଟାର୍ଗେଟ୍‌ କରିଛି ପାକିସ୍ତାନ । ପାକିସ୍ତାନକୁ ଭାରତୀୟ ସେନା କଡ଼ା ଜବାବ ଦେଇଛି । ବାୟୁସେନା ପକ୍ଷରୁ S-400 ସୁଦର୍ଶନ ଚକ୍ର ଏୟାର ମିସାଇଲ ଜବାବ ଦେଇଛି । ପାକିସ୍ତାନର ସବୁ ଡ୍ରୋନ୍‌ ଓ ମିସାଇଲ୍କୁ ଧ୍ବଂସ କରିଛି ସୁଦର୍ଶନ ଚକ୍ର । ଏ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏପଟେ ପାକିସ୍ତାନ ସେନାବାହିନୀକୁ ଶକ୍ତ ଝଟ୍‌କା ଲାଗିଛି। ଲାହୋରରେ ଏୟାର ଡିଫେନ୍ସ ମିସାଇଲ ଲଞ୍ଚର ଧ୍ବଂସ ହୋଇଯାଇଛି। HQ-9 ଏୟାର ଡିଫେନ୍ସ ମିସାଇଲ ଲଞ୍ଚର ଜଳିଗଲା ।ତେବେ ସବୁଠାରୁ ବଡ଼ କଥା ହେଉଛି 'ଅପରେସନ୍‌ ସିନ୍ଦୁର'ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ସଫା ହୋଇଯାଇଛି । ଭାରତୀୟ ସେନାର ମିସାଇଲ୍‌ ମାଡ଼ରେ ମୃତ୍ୟୁ ସୂଚନା ମଧ୍ୟ ଦିଆଯାଇଛି। କାନ୍ଦାହାର ବିମାନ ଆକ୍ରମଣ ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ଥିଲା ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+