ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା,ଭାରତ ତିଆରି କରୁଛି ମହାବିନାଶକ QRSAM ଏୟାର ଡିଫେନ୍ସ ସିଷ୍ଟମ
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ । ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ନୂତନ ବାୟୁ ରକ୍ଷା କବଚ । ଏହି ନୂଆ ରକ୍ଷା କବଚ ହେଉଛି - କ୍ବିକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ ସିଷ୍ଟମ ବା QRSAM । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି ଏହି ନୂତନ ବାୟୁ ରକ୍ଷା କବଚ । ଏହାକୁ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରାଯାଇଛି ।
ଏହାକୁ ସଫଳତାର ସହ ପରୀକ୍ଷଣ ବି କରାଯାଇଛି । ଡିଆରଡିଓ ଠାରୁ ୩୦ ହଜାର କୋଟିରେ କିଣିବାକୁ ଖୁବଶୀଘ୍ର ଚୁକ୍ତି ସ୍ବାକ୍ଷର କରିବ ପ୍ରତିରକ୍ଷା ମନ୍ତ୍ରାଳୟ । ନିକଟରେ ଅପରେସନ୍ ସିନ୍ଦୂର ବେଳେ ପାକ୍ ସୀମାରେ ସୁରକ୍ଷା ଦେଇଛି ଏସ୍-୪୦୦ । କେବଳ ଏସ୍-୪୦୦ ନୁହେଁ ଏଭଳି ଅନେକ ଏୟାର ଡିଫେନ୍ସ ସିଷ୍ଟମ ଦେଶବାସୀଙ୍କୁ ସୁରକ୍ଷା ଦେଇ ଆସିଥିଲେ । ଶତ୍ରୁର ସବୁ ଆକ୍ରମଣକୁ ପଣ୍ଡ କରିଛି ବାୟୁ ରକ୍ଷା କବଚ ।

QRSAM ଏୟାର ଡିଫେନ୍ସ ସିଷ୍ଟମ ନେଇ ୩୦ ହଜାର କୋଟି ବଜେଟ୍ ରହିଛି । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ । ଏହାକୁ ସେନାର ବାୟୁରକ୍ଷା ୟୁନିଟରେ ସାମିଲ କରାଯିବ । ୩ଟି ରେଜିମେଣ୍ଟ ବିଶେଷ କରି ପଶ୍ଚିମ ଓ ଉତ୍ତର ସୀମାରେ ମୁତୟନ ହେବ । ସ୍ୱଦେଶୀ QRSAMର ୩୦ ହାଜର କିଲୋମିଟର ଯାଏ ରେଞ୍ଜ ରହିଛି । ଘଣ୍ଟାପ୍ରତି ୬ ହଜାର କିମି ବେଗରେ ଗତି କରିବ ।
୯୮ଫୁଟ୍ ଉଚ୍ଚରୁ ୩୩ ହଜାର ଫୁଟ୍ ଉଚ୍ଚ ଯାଇପାରିବ । ଆକାଶ ଏବଂ ଏମ୍ଆରଏସଏଏମ ପରି ସିଷ୍ଟମ ସହ ମିଶି ଶତ୍ରୁକୁ ଜବାବ ଦେବ । ଡିଆରଡିଓ ଓ ସେନା ମିଳିତ ଭାବେ ଗତ ୩ରୁ ୪ ବର୍ଷ ହେବ QRSAMର ପରୀକ୍ଷା କରିଛନ୍ତି । ଏହି ସିଷ୍ଟମ ରାତି-ଦିନରେ ଶତ୍ରୁକୁ ଚକମା ଦେବ । ସହଜରେ ଏହା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିବ । ଏହାର ସଫଳ ପରୀକ୍ଷଣ ସରିଛି ।












Click it and Unblock the Notifications