ବଢ଼ିବ ସେନାର ବଳ - ଖୁବଶୀଘ୍ର ସେନାକୁ ମିଳିବାକୁ ଯାଉଛି ଏକେ-୨୦୩ ରାଇଫଲ୍
ଗତ କିଛି ଦିନ ପୂର୍ବରୁ ପ୍ରକାଶ ପାଇଥିଲା ଜିଏଫପି ପାୱାରଫାୟାର ଇଣ୍ଡେକ୍ସ ରିପୋର୍ଟ । ଏହି ରିପୋର୍ଟରେ ବିଶ୍ୱ ମହାଶକ୍ତି ତାଲିକାରେ ଭାରତ ୪ର୍ଥ ସ୍ଥାନ ବଜାୟ ରଖିଛି । କିନ୍ତୁ ପୂର୍ବ ଅପେକ୍ଷା ଭାରତର ଶକ୍ତି ବଢିଛି । ବର୍ତ୍ତମାନ ଭାରତୀୟ ସେନା ଆହୁରି ବଳବାନ ହେବାକୁ ଯାଉଛି ।ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ଏକେ-୨୦୩ ଆସଲ୍ଟ ରାଇଫଲ୍ ।

୭୦ ହଜାର ଏକେ-୨୦୩ ଆସଲ୍ଟ ଲାଇଫଲ ସେନାରେ ସାମିଲ ହେବାକୁ ଯାଉଛି । ଧିରେ ଧିରେ ଇନସାସ୍ ରାଇଫଲର ସ୍ଥାନ ନେଉଛି ଏକେ-୨୦୩ ରାଇଫଲ । ଏହି ଏକେ-୨୦୩ ରାଇଫଲରେ ସ୍ୱଦେଶୀ ସାମଗ୍ରୀକୁ ୩୦ ପ୍ରତିଶତକୁ ବୃଦ୍ଧି କରାଯାଇଛି, ସ୍ୱଦେଶୀ ସାମଗ୍ରୀକୁ ଆହୁରି ବୃଦ୍ଧି କରାଯିବ। ଉତ୍କୃଷ୍ଟ କାର୍ଯ୍ୟକ୍ଷମତା, ସ୍ଥାୟୀତ୍ୱ ଏବଂ ଅନୁକୂଳନଶୀଳତା ଏକେ-୨୦୩ର ମାରକ କ୍ଷମତାକୁ ବଢାଇଥାଏ, ଯାହା ଏହାକୁ ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ଉଚ୍ଚ-ଉଚ୍ଚତା ଯୁଦ୍ଧ ସମେତ ବିଭିନ୍ନ ଯୁଦ୍ଧ ପରିସ୍ଥିତି ପାଇଁ ଏକ ବ୍ରହ୍ମାସ୍ତ୍ର ସଜାଉଛି ।












Click it and Unblock the Notifications