ଚିକିତ୍ସିତ ଅବସ୍ଥାରେ ଆର୍ମି ଡଗ୍ ଜୁମର ନିଧନ

ଚିକିତ୍ସା ଚାଲିଥିବା ଅବସ୍ଥାରେ ଆର୍ମି ଡଗ୍‌ ଜୁମ୍‌ ପ୍ରାଣ ହରାଇଛି ।

ଶ୍ରୀନଗର: ଚିକିତ୍ସା ଚାଲିଥିବା ଅବସ୍ଥାରେ ଆର୍ମି ଡଗ୍‌ ଜୁମ୍‌ ପ୍ରାଣ ହରାଇଛି । ଜମ୍ମୁ ଓ କାଶ୍ମୀରରେ ଏକ ଅପରେସନ ବଳେ ଜୁମ୍‌ ଦେହରେ ଦୁଇଟି ଗୁଳି ବାଜିଥିଲା । ଏହାପରେ ବି ସେ ଆତଙ୍କବାଦୀଙ୍କ ସହିତ ଲଢି ଦୁଇ ଆତଙ୍କୀ ସଫା କରିବାରେ ସକ୍ଷମ ହୋଇଥିଲା ଜୁମ। ଫଳରେ ଗୁରୁତର ଅବସ୍ଥାରେ ଜୁମକୁ ଉଦ୍ଧାର କରାଯାଇ 54 AFVH ପଦ୍ଧତିରେ ଚିକିତ୍ସା ଜାରି ରହିଥିଲା ।

zoom
ଆଜି ଦିନ 11.45 ମିନିଟରେ ଜୁମ୍‌ର ମୃତ୍ୟୁ ହୋଇଛି । ସେନା ଅଧିକାରୀଙ୍କ ମୁତାବକ, ଜୁମ୍‌ 11.40ମିନିଟ ପର୍ଯ୍ୟନ୍ତ ପ୍ରତିକ୍ରିୟାଶୀଳ ଥିଲା । ଏହାପରେ ଅଚାନକ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା । ଯାହାଫଳରେ ତାର ମୃତ୍ୟୁ ହୋଇଛି । ଅନେକ ଅପରେସନରେ ଜୁମ୍‌ର ସହୟତାରେ ଆତଙ୍କୀଙ୍କୁ ନିୟନ୍ତ୍ରଣକୁ ଆଣିପାରିଥିଲା ସେନା ।

କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଜୁମ୍‌କୁ ସେବାରେ ଲଗାଯାଇଥିଲା । ଏହି ଡଟି ସେନାର କମ୍ବାଟ୍‌ ଟିମ୍‌ରେ ସାମିଲ ଥିଲା ।ଦୁଇଦିନ ପୂର୍ବରେ ଏହି ଅଞ୍ଚଳରେ ଦୁଇ ଆତଙ୍କୀ ପ୍ରବେଶ କରିଥିବା ସୂଚନା ମିଳିଥିଲା। ଏହାପରେ ସେନା ଅପରେସନ ଆରମ୍ଭ କରିଥିଲା । ସେନାର ଅପରେସନ ବେଳେ ଜୁମ୍‌ ଶରୀରରେ ଦୁଇଟି ଗୁଳି ବାଜିଥିଲା । ଫଳର ସ୍ବରୂପ ତାର ଗୋଡ଼ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହାପରେ ବି ହାରି ନଥିଲା ଆର୍ମି ଡଗ, ନିଜର ସାହସ ଦେଖାଇ ଆତଙ୍କୀ ନିପାତ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+