ଭାରତ-ଚୀନ ସୀମା ବିବାଦ ଉପରେ ଆର୍ମି ଚିଫ୍ଙ୍କ ପ୍ରତିକ୍ରିୟା, କହିଲେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ
ନୂଆଦିଲ୍ଲୀ: ୨୦୨୦ ମେ ମାସରୁ ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ ଉପତ୍ୟକାରେ ସଂଘର୍ଷ ହୋଇଥିଲା । ଏହାପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେବେଠାରୁ ସୀମାରେ ଲାଗି ରହିଛି ଅଶାନ୍ତି । ଶାନ୍ତି ଫେରାଇ ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଥର ବୈଠକ ହୋଇସାରିଲାଣି । କିନ୍ତୁ ସମାଧାନ ଆଜି ପର୍ଯ୍ୟନ୍ତ ବାହାରି ପାରିନାହିଁ ।
ଆଉ ଏହି ସୀମା ବିବଦେ ମଧ୍ୟରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଚୀନ୍ ସହ ପ୍ରକୃତ ନିୟନ୍ତ୍ରଣ ରେଖା ଏଲ୍.ଏ.ସି.ରେ ରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ସ୍ୱାଭାବିକ ହୋଇନାହିଁ। ନୂଆଦିଲ୍ଲୀ ଠାରେ ଆଜି ଚାଣକ୍ୟ ପ୍ରତିରକ୍ଷା ଆଲୋଚନାରେ ଯୋଗଦେଇ ଜେନେରାଲ ଦ୍ୱିବେଦୀ କହିଛନ୍ତି,

୨୦୨୦ ମେ' ମାସରୁ ଆରମ୍ଭ ହୋଇଥିବା ଚୀନ୍ ସହ ସାମରିକ ବିବାଦର ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଭାରତ ପ୍ରୟାସ ଜାରି ରଖୁଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ଭାରତ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।












Click it and Unblock the Notifications