ଜାତୀୟ ବାୟୁ ସେନା ଦିବସ 2022: ଆକାଶରେ ନିଜ ଶକ୍ତି ଦେଖାଇବ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ

ଆଜି 90 ତମ ଭାରତୀୟ ବାୟୁ ସେନା ଦିବସ। ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀ ବାହାରେ ଏହି ଦିନ ପାଳନ ହେଉଛି । ଆକାଶରେ ନିଜ ବୀରତ୍ବର କାହାଣୀ ରଚିବ ଭାରତୀୟ ବାୟୁ ସେନା ।

ନୂଆଦିଲ୍ଲୀ : ଆଜି 90 ତମ ଭାରତୀୟ ବାୟୁ ସେନା ଦିବସ। ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀ ବାହାରେ ଏହି ଦିନ ପାଳନ ହେଉଛି । ଆକାଶରେ ନିଜ ବୀରତ୍ବର କାହାଣୀ ରଚିବ ଭାରତୀୟ ବାୟୁ ସେନା । 80ଟି ବିମାନ ସମେତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହେଲିକପ୍ଟର ପ୍ରଚଣ୍ଡ ଏଥିରେ ସାମିଲ ହେବା ସହିତ ବିଭିନ୍ନ ରଣ କୌଶଳ ପ୍ରଦର୍ଶନ କରିବେ । ଭାରତୀୟ ବାୟୁମାର୍ଗର ସୁରକ୍ଷା କରିବା ସେନାର ପ୍ରଥମ କର୍ତ୍ତବ୍ୟ । ଆଜି ପ୍ରଥମ ଥର ପାଇଁ ଚଣ୍ଡିଗଡରେ ଏହି ଦିବସ ପାଳନ କରାଯିବ ।

IAF
1932 ଅକ୍ଟୋବର 8ରେ ୟୁକେର ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନା ଦଳ ଗଠନ କରାଯାଇଥିଲା। ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା । 1950ରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ପରେ ସେହି ଦଳ 'ଭାରତୀୟ ବାୟୁ ସେନା' ନାମରେ ପରିଚିତ ହେଲା ।

ଭାରତୀୟ ବାୟୁ ସେନା ବିଶ୍ବର ଚତୁର୍ଥ ବୃହତ୍ତମ ବାୟୁସେନା। ଉତ୍ତରପ୍ରଦେଶ ଗାଜିଆବାଦରେ ଥିବା ହିଣ୍ଡନ ବାୟୁସେନା ଷ୍ଟେସନ ହେଉଛି ଏସିୟା ମହାଦେଶର ସବୁଠୁ ବଡ଼ । ତେବେ ଆଜି ପଡ଼ୋଶୀ ଚୀନ ଓ ପାକିସ୍ତାନ ମଧ୍ୟ ଦେଖିବେ ଭାରତୀୟ ବାୟୁବୀରଙ୍କ ପରାକ୍ରମ । ଏହି କାର୍ଯ୍ୟକ୍ରମରେ ନୂତନ ଯୁଦ୍ଧ ୟୁନିଫର୍ମ ମଧ୍ୟ ଉନ୍ମୋଚିତ କରାଯିବାର ରହିଛି ଯୋଜନା ।

ଶକ୍ତି ପ୍ରଦର୍ଶନ କରିବେ ଏହି ଯୁଦ୍ଧ ବିମାନ:

ଆଜି ଚଣ୍ଡିଗଡ ଆକାଶରେ ଶକ୍ତି ପ୍ରଦର୍ଶନ କରିବେ ଶକ୍ତିଶାଳୀ ସୁଖୋଇ-30, ରାଫେଲ, ମିରାଜ 2000, ମିଗ୍ -29, ଜାଗୁଆର୍ ଭଳି ଫାଇଟର ଜେଟ୍ । ତେବେ ମେକ ଇନ ଇଣ୍ଡିଆ ଦ୍ବାରା ନିର୍ମିତ LCH ପ୍ରଚଣ୍ଡ ଓ ତେଜସ ଉପରେ ସମସ୍ତଙ୍କ ରହିବ ସ୍ବତନ୍ତ୍ର ନଜର । ଏହି ଏୟାର ସୋରେ 44ଟି ଫାଇଟର ଏୟାରକ୍ରାଫ୍ଟ, 7ଟି ଟ୍ରାନ୍ସପୋଟ୍ ଏୟାରକ୍ରାଫ୍ଟ, 20ଟି ହେଲିକପ୍ଟର, ଏବଂ 7ଟି ଭିନଟେଜ ଏୟାରକ୍ରାପ୍ଟ ସାମିଲ ହେବେ । ସେହିଭଳି 9ଟି ଏୟାରକ୍ରାଫ୍ଟକୁ ଷ୍ଟାଣ୍ଡବାଇ ରଖାଯିବ । ଏହି ଇଭେଣ୍ଟ ପାଇଁ ପୂର୍ବରୁ ବାୟୁସେନା ପକ୍ଷରୁ ଫୁଲ ଡ୍ରେସ୍ ରିହଲସଲ ମଧ୍ୟ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ଶୀର୍ଷ ଅଧିକାରୀମାନେ ଯୋଗଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+