ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ
ରାଜସ୍ଥାନ ଜୈସଲମେରରେ ଭାରତୀୟ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ଜୈସେଲମେରର ଜବାହାର ନଗରରେ ଘଟିଛି ଏଭଳି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ପାଇଲଟ କିନ୍ତୁ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହେଇଛନ୍ତି । ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି ।

ତେବେ ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହେଇଥିବା ଭାରତୀୟ ସେନାର ଏହି ଏୟାରକ୍ରାଫ୍ଟ ଲାଇଟ୍ କମ୍ବାକ୍ଟ ଏୟାରକ୍ରାଫ୍ଟ ତେଜସ୍ ଥିଲା । ଦୁର୍ଘଟଣା ସମୟରେ ଏହା ଅପରେସନାଲ ଟ୍ରେନିଂରେ ରହିଥିଲା । ମିଳିଥିବା ସୂଚନା ମୁତାବକ, ଏହି ଦୁର୍ଘଟଣା ପରେ ଏହି ମାମଲାର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଉଭୟ ପାଇଲଟ୍ ଯୁଦ୍ଧ ବିମାନରୁ ବାହାର କରିଯାଉଥିଲେ। ଯୁଦ୍ଧ ବିମାନର ଦୁର୍ଘଟଣା ଖବର ସାମ୍ନାକୁ ଆସିବା ମାତ୍ରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ।












Click it and Unblock the Notifications