ବାୟୁସେନାର ଲଢୁଆ ବିମାନ ‘ମିଗ୍-୨୧’ ନେଲା ଅବସର
ବାୟୁସେନାର ଲଢୁଆ ବିମାନ 'ମିଗ୍-୨୧' ନେଲା ଅବସର । ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବ । ସେବା ଅବସର ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା 'ମିଗ୍-୨୧'।
୧୯୬୩ରେ ରୁଷିଆଠାରୁ କିଣାଯାଇଥିଲା 'ମିଗ୍-୨୧' । ପ୍ରଥମ ସ୍କ୍ବାଡ୍ରନ୍ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା। କାରଗିଲ୍ ଯୁଦ୍ଧ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।
ଚଣ୍ଡିଗଡ ବାୟୁସେନା ଘାଟିରେ 'ମିଗ୍-୨୧'ର ଶେଷ ଉଡ଼ାଣ ।

MiG-21 ର ଅବସର ଭାରତୀୟ ବାୟୁସେନାରେ ଏକ ନୂଆ ଶକ୍ତିର ଆରମ୍ଭ ହେବ । ଏହାକୁ ସ୍ୱଦେଶୀ ତେଜସ୍ LCA ମାର୍କ 1A ଦ୍ୱାରା ବଦଳାଯିବ । ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି ଲଢ଼ୁଆ ବିମାନ ଭାରତର ନୂତନ ଉଡ଼ାଣର ପ୍ରତୀକ ହେବ ।












Click it and Unblock the Notifications