୬-ଜି ଟେକ୍ନୋଲୋଜି ଉପରେ ସରକାର କାର୍ଯ୍ୟ କରୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା, ସମ୍ମାନ ଏବଂ ସମାନତାର. ସହିତ କୃତ୍ରିମ ବୁଦ୍ଧିମତାର ନୈତିକ ବ୍ୟବହାର ପାଇଁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆଜି ଆନ୍ତର୍ଜାତିକ ଟେଲିକମ୍ୟୁନିକେଶନ ୟୁନିଅନ୍‌ର ୱର୍ଲଡ ଟେଲିକମ୍ୟୁନିକେଶନ ଷ୍ଟାଣ୍ଡାର୍ଡାଇଜେସନ୍ ସମ୍ମିଳନୀ - ଡବ୍ଲ୍ୟୁ.ଟି.ଏସ୍.ଏ କୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ଡିଜିଟାଲ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ବିଶ୍ୱସ୍ତରୀୟ ନୀତି ପ୍ରସ୍ତୁତ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଡବ୍ଲ୍ୟୁ.ଟି.ଏସ୍.ଏ. ବିଶ୍ୱସ୍ତରୀୟ ମାନଦଣ୍ଡ ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖୁଥ‌ିବା ବେଳେ ଭାରତ ମୋବାଇଲ ସେବା କ୍ଷେତ୍ରରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରୁଛି। ଟେଲିକମ୍ ଏବଂ ଆନୁଷଙ୍ଗିକ ଜ୍ଞାନକୌଶଳ ଦୃଷ୍ଟିରୁ ଭାରତ ବିଶ୍ୱର ସବୁଠାରୁ ଗତିଶୀଳ ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ ସ୍ଥାନ ଅଧିକାର କରିଛି। ଭାରତରେ ୧୨୦ କୋଟି ମୋବାଇଲ ଫୋନ୍ ବ୍ୟବହାରକାରୀ, ୯୫ କୋଟି ଇଣ୍ଟରନେଟ୍ ବ୍ୟବହାରୀ ଥିବାବେଳେ ବିଶ୍ବର ୪୦ ପ୍ରତିଶତରୁ ଅଧ‌ିକ ରିଅଲଟାଇମ୍ ଡିଜିଟାଲ କାରବାର ଭାରତରେ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଭାରତର ଡିଜିଟାଲ କ୍ଷେତ୍ର ୪ଟି ସ୍ତମ୍ଭ ଶସ୍ତା ଉପକରଣ, ସବୁକ୍ଷେତ୍ରକୁ ସଂଯୋଗ, ସୁଲଭ ମୂଲ୍ୟରେ ଡାଟା ଏବଂ ଡିଜିଟାଲ ପ୍ରଥମ ଉପରେ ଆଧାରିତ। ଭାରତ ବିଶ୍ବର ବୃହତ୍ତମ ୫-ଜି ବଜାରରେ ପରିଣତ ହୋଇଛି ।

Narendra modi

ସରକାର ବର୍ତ୍ତମାନ ୬-ଜି ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲା ୫-ଜି ନେଟ୍‌ୱର୍କ ସହିତ ସଂଯୁକ୍ତ ହୋଇଛି। ଭାରତରେ ଏବେ ୨୦୦ରୁ ଅଧିକ ମୋବାଇଲ ଉତ୍ପାଦନ ୟୁନିଟ୍ କାର୍ଯ୍ୟ କରୁଛି । ଡ୍ରୋନ୍ ବ୍ୟବହାର ମାଧ୍ୟମରେ କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣାଯିବା ସହ ସରକାରଙ୍କ ନମୋ ଡ୍ରୋନ୍ ଦିଦି ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଭାରତ ଏବଂ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ସମ୍ମିଳନୀ ଆଗାମୀ ପିଢ଼ିର ଗୁରୁତ୍ବପୂର୍ଣ ବୈଷୟିକ କ୍ଷେତ୍ର ଉପରେ ଆଲୋଚନା ଓ ନିଷ୍ପରି ନେବା ପାଇଁ ଅଂଶଗ୍ରହଣକାରୀ ଦେଶଗୁଡ଼ିକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏଥିରେ ଯୋଗଦେଇ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ କହିଛନ୍ତି, ପୂର୍ବରୁ ଟେଲିକମ୍ କ୍ଷେତ୍ର କେବଳ ଲୋକଙ୍କୁ ପରସ୍ପର ସହ ଯୋଡ଼ିବା ଏକ ମାଧ୍ୟମର ରହିଥିଲା କିନ୍ତୁ ଏବେ ଏହା ଦେଶର ଅଭିବୃଦ୍ଧି ଏବଂ ବିକାଶ ସହିତ ଯୋଡ଼ି ହୋଇଛି। ଭାରତ ୬-ଜି ଟେକ୍ନୋଲୋଜିର ବିକାଶରେ ବିଶ୍ଵ ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ସିନ୍ଦିଆ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+