For Quick Alerts
Turn On Notification  
For Daily Alerts
Oneindia App Download

ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ୧୪୦ଟି ନୂଆ କରୋନା ମାମଲା ରେକର୍ଡ

ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ୧୪୦ଟି ନୂଆ କରୋନା ମାମଲା ରେକର୍ଡ

|

ନୂଆଦିଲ୍ଲୀ: କରୋନା ଦୈନିକ ସଂକ୍ରମଣ ମାମଲା ଗତ କିଛି ଦିନ ଧରି ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଆଜି ଅର୍ଥାତ୍ ରବିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ୧୪୦ ନୂଆ କରୋନା ମାମଲା ରେକର୍ଡ ହୋଇଛି । ସେହିପରି ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

corona

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୧୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ ୧,୯୬୦ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ସେହିପରି କରୋନା କାରଣରୁ ଗତ ୨୪ ଘଣ୍ଟାରେ ମେଘାଳୟରେ ଗୋଟିଏ ଏବଂ ଗୁଜରାଟରେ ୨ଟି ମୃତ୍ୟୁ ହୋଇଛି । ଯାହା ପରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୭୩୩ରେ ପହଁଚିଛି ।

ସେହିପିର ଗତ ୨୪ ଘଣ୍ଟାରେ କୋଭିଡ୍-୧୯ରୁ ୧୩୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ମୋଟ୍ ସୁସ୍ଥତା ସଂଖ୍ୟା ୪,୪୧,୪୯,୨୨୮ରେ ପହଁଚିଛି । ଦେଶରେ ମୋଟ୍ ସୁସ୍ଥତା ହାର ୯୮.୮୧ ପ୍ରତିଶତ ରହିଛି । ସେହିପରି ମୋଟ୍ ୨,୨୦,୨୮,୦୫,୩୧୯ ଜଣ ଟିକା ନେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Witnessed Increase Of Corona Cases In last 24 Hours, 1960 Active Cases In India.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X