ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ୧୪୦ଟି ନୂଆ କରୋନା ମାମଲା ରେକର୍ଡ

ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ୧୪୦ଟି ନୂଆ କରୋନା ମାମଲା ରେକର୍ଡ

ନୂଆଦିଲ୍ଲୀ: କରୋନା ଦୈନିକ ସଂକ୍ରମଣ ମାମଲା ଗତ କିଛି ଦିନ ଧରି ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଆଜି ଅର୍ଥାତ୍ ରବିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ୧୪୦ ନୂଆ କରୋନା ମାମଲା ରେକର୍ଡ ହୋଇଛି । ସେହିପରି ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

corona

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୧୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ ୧,୯୬୦ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ସେହିପରି କରୋନା କାରଣରୁ ଗତ ୨୪ ଘଣ୍ଟାରେ ମେଘାଳୟରେ ଗୋଟିଏ ଏବଂ ଗୁଜରାଟରେ ୨ଟି ମୃତ୍ୟୁ ହୋଇଛି । ଯାହା ପରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୭୩୩ରେ ପହଁଚିଛି ।

ସେହିପିର ଗତ ୨୪ ଘଣ୍ଟାରେ କୋଭିଡ୍-୧୯ରୁ ୧୩୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ମୋଟ୍ ସୁସ୍ଥତା ସଂଖ୍ୟା ୪,୪୧,୪୯,୨୨୮ରେ ପହଁଚିଛି । ଦେଶରେ ମୋଟ୍ ସୁସ୍ଥତା ହାର ୯୮.୮୧ ପ୍ରତିଶତ ରହିଛି । ସେହିପରି ମୋଟ୍ ୨,୨୦,୨୮,୦୫,୩୧୯ ଜଣ ଟିକା ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+