ଦିନକ ପରେ ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ
ଦିନକ ପରେ ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ । ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆଦିଲ୍ଲୀ: ଦିନକ ପରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା । କରୋନା ଦୈନିକ ସଂକ୍ରମଣ ମାମଲାରେ ଗତ କିଛି ଦିନ ଧରି ହ୍ରାସ ହେବା ପରେ ଏବେ ପୁଣି ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସକ୍ରିୟ ମାମଲା ମଧ୍ୟ ଅନୁରୁପ ଭାବେ ବଢିଛି । ଗତ 24 ଘଣ୍ଟାରେ 2 କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 138 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 173 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 1,998 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ସେହିପରି 2 ଜଣ ରୋଗୀ କରୋନା କାଣରୁ ପ୍ରାଣ ହରାଇଛନ୍ତି ।

ସେହିପରି ଗତ ସୋମବାରରେ ଭାରତରେ କେବଳ 83 ଟି ନୂଆ ମାମଲା ରେକର୍ଡ ହୋଇଥିଲା । ଏହାପୂର୍ବରୁ ଜାନୁଆରୀ 15 ରେ 114 ଟି କରୋନା ମାମଲା ରୁଜୁ ହୋଇଥିଲା । ମାର୍ଚ୍ଚ 27,2020 ରେ ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ 100 ରୁ ଅଧିକ ମାମଲା ରେକର୍ଡ କରାଯାଇଥିଲା ଏବଂ ସେହି ଦିନଠାରୁ ଦେଶରେ ଦୈନିକ କରୋନା ମାମଲା 100 ରୁ ଅଧିକ ରହିଆସିଥିଲା ।
ଚୀନ୍ ସମେତ ବିଶ୍ୱର କେତେ ଦେଶରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭାରତରେ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଜାନୁଆରୀ 9-15 ମଧ୍ୟରେ ଅର୍ଥାତ୍ ଏକ ସପ୍ତାହ ମଧ୍ୟରେ ମାତ୍ର 1,062 ମାମଲା ରେକର୍ଡ ହୋଇଛି । ଯାହାକି ମାର୍ଚ୍ଚ 23-29, 2020 ପରଠାରୁ ସର୍ବନିମ୍ନ ସାପ୍ତାହିକ ମାମଲା । କରୋନା ଜନିତ ମୃତ୍ୟୁ ମଧ୍ୟ ମାର୍ଚ୍ଚ 2020 ପରଠାରୁ ସର୍ବନିମ୍ନ ସ୍ତରରେ ରହିଛି । ଗତ ସପ୍ତାହରେ କେବଳ ଚାରି ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଥିଲା। ଏଥି ସହିତ, ଗତ ସୋମବାର ପର୍ଯ୍ୟନ୍ତ ଦେଶରେ ଲଗାତାର ଚାରି ଦିନ କରୋନା କାରଣରୁ କୌଣସି ମୃତ୍ୟୁ ହୋଇ ନାହିଁ । ରାଜଧାନୀ ଦିଲ୍ଲୀରେ ସୋମବାର ଦିନ କରୋନାର ଗୋଟିଏ ବି ମାମଲା ରେକର୍ଡ ହୋଇ ନାହିଁ । ଗତ ସପ୍ତାହରେ କେବଳ ୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ସପ୍ତାହରେ ଦେଶରେ 1,062 ଟି ନୂଆ ମାମଲା ରେକର୍ଡ ହୋଇଥିଲା ।












Click it and Unblock the Notifications