AK- 203 ରାଇଫଲ: ଜାଣନ୍ତୁ AK-47 ରାଇଫଲର ନୂଆ ଅବତାର ବିଷୟରେ

ନୂଆଦିଲ୍ଲୀ: ରୁଷ ଠାରୁ ଭାରତକୁ ୭୦ ହଜାର ଏକେ-୨୦୩ ଆସଲ୍ଟ ରାଇଫଲ ମିଳିବା ନେଇ ରାସ୍ତା ସଫା ହୋଇଯାଇଛି। ଏକେ ସିରିଜର ପ୍ରସିଦ୍ଧ ଆସଲ୍ଟ ରାଇଫଲ ଗୁଡିକ ମଧ୍ୟରେ ଏହା ଅତ୍ୟାଧୁନିକ ଅଟେ ଏବଂ ଆଗାମୀ ବର୍ଷରେ ଏହା ଭାରତୀୟ ଯବାନମାନଙ୍କ ହାତରେ ମୂଳ ହତିଆର ଭାବରେ ଶୋଭା ପାଇବାକୁ ଯାଉଛି । କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନଙ୍କୁ ମଧ୍ୟ ଏହି ଅସ୍ତ୍ରରେ ସୁସଜ୍ଜିତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।ସବୁଠାରୁ ବଡ କଥା ହେଲା ପ୍ରାୟ ୭ ଲକ୍ଷ ଏକେ-୨୦୩ ଅସାଲ୍ଟ ରାଇଫଲ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଭାରତରେ ହିଁ ନିର୍ମାଣ କରାଯିବ । ଏହା ତୁଳନାତ୍ମକ ଭାବରେ ଶସ୍ତା ଏବଂ ସଠିକ ହେବ ବୋଲି ଆକଳନ କରାଯାଇଛି।

Assault Rifiles

ଏକେ-୪୭ର ନୂଆ ଅବତାର ବିଷୟରେ ଜାଣନ୍ତୁ:

ଏକେ ସିରିଜର ରାଇଫଲଗୁଡିକର ସବୁଠାରୁ ବଡ ବିଶେଷତା ହେଲା ଏହା କେବେ ଜାମ ହୁଏ ନାହିଁ । ମରୁଭୁମିର ବାଲି ହେଉ ଅଥବା ଜଳର୍ଣବ ଅଞ୍ଚଳ ହେଉ, ଜଳବାୟୁର ଯେ କୌଣସି ଜଟିଳ ପରିସ୍ଥିତିରେ ବି ଏହା ସଠିକ କାମ କରିଥାଏ । ଏକେ-୨୦୩ ଅସାଲ୍ଟ ରାଇଫଲ ଏହିସବୁ ବୈଶିଷ୍ଟ୍ୟର ଅଧିକାରୀ ଏକେ-୪୭ର ହିଁ ନୂଆ ଅବତାର । ଯେତେବେଳ ଏହା ଭାରତୀୟ ସେନାକୁ ସମ୍ପୂର୍ଣ ଭାବରେ ପ୍ରଦାନ କରାଯିବ, ସେତେବେଳେ ଏହି ରାଇଫଲ ସେନାର ମୁଖ୍ୟ ହତିଆର ଭାବରେ ଶୋଭିତ ହେବ । ଏହାର ବଟଷ୍ଟକ ଆଡଯଷ୍ଟ ଏବଂ ଫୋଲଡିଙ୍ଗ କରାଯାଇପାରିବ । ଏହି ରାଇଫଲରେ ନାଟୋ ଗ୍ରେଡର ୭.୬୨ ଏମଏମର ଗୋଳା ବାରୁଦ ବ୍ୟବହାର କରାଯାଇଛି, ଯାହାକି ରାଇଫଲକୁ ଅଧିକ ମଜଭୁତ କରିଛି ।

AK-47

ଏକ ମିନିଟରେ ଫୁଟିବ ୬ଶହ ବୁଲେଟ

ଏକେ-୨୦୩ ଆସଲ୍ଟ ରାଇଫଲର ମଗାଜିନରେ ୩୦ ବୁଲେଟ ଲୋଡ ହୋଇପାରିବ ଏବଂ ଏହା ୪୦୦ ମିଟର ପର୍ଯ୍ୟନ୍ତ ରେଞ୍ଜରେ ୧୦୦ ପ୍ରତିଶତ ସଫଳତାର ସହିତ ପ୍ରଭାବୀ ଫାୟାର କରିବା କ୍ଷମତା ରଖୁଛି । ଏହା ଇନସାନ୍ସ ରାଇଫଲଠାରୁ ହାଲୁକା ଏବଂ ଛୋଟ ହୋଇଥାଏ । ଏଥିରେ ଅଣ୍ଡର ବ୍ଯାରେଲ ଗ୍ରେନେଡ ଲଞ୍ଚର ଖଞ୍ଜା ଯାଇପାରିବ । ତୁରନ୍ତ ଅଲଗା କରାଯାଇ ପାରୁଥିବା ଭଳି ସାଇଲେନ୍ସର ମଧ୍ୟ ଏହି ଅତ୍ୟାଧୁନିକ ହତିଆରରେ ଲଗାଯାଇ ପାରିବ । ଏହା ଏମିତି ଏକ ରାଇଫଲ ଯେଉଁଥିରେ ପ୍ରତି ମିନିଟରେ ୬ଶହ ବୁଲେଟ ଅର୍ଥାତ ପ୍ରତି ସେକେଣ୍ଡରେ ଫାୟାର ହୋଇ ପାରିବ ୧୦ଟି ବୁଲେଟ । ଏହା ଅଟୋମାଟିକ ଏବଂ ସେମି ଅଟୋମାଟିକ ଭାବରେ ଉପଲବ୍ଧ ।

ଖର୍ଚ୍ଚ ହେବ ପ୍ରାୟ ୫ ହଜାର କୋଟି ଟଙ୍କା
ରୁଷୀୟ ହତିଆର ଏକେ-୨୦୧୩ ଆସଲ୍ଟ ରାଇଫଲର ନିର୍ମାଣ ଭରତରେ କରିବା ପାଇଁ ଦୁଇ ଦେଶ ମଧ୍ୟରେ କିଛିଟା ମତଭେଦ ରହିଥିବା ବେଳେ ଏବେ ଏହାର ସମାଧାନ ହୋଇଯାଇଛି । ଭାରତରେ ଇଣ୍ଡୋ-ରୁସିୟାନ ପାଇଭେଟ ଲିମିଟେଡ କମ୍ପାନୀ ଏହି ରାଇଫଲ ନିର୍ମାଣ କରିବାକୁ ସ୍ଥିର ହୋଇଛି । ଏଥିପାଇଁ ରୁସ ପକ୍ଷରୁ ଭାରତକୁ ଟ୍ରାନ୍ସଫର ଅଫ ଟେକ୍ନୋଲୋଜି ପ୍ରଦାନ କରାଯାଇ ନିର୍ମାଣର ବୈଷୟିକ ସୂତ୍ର ହସ୍ତାନ୍ତର କରାଯାଇଛି । ଏହି ପ୍ରକଳ୍ପରେ ପ୍ରାୟ ୫ ହଜାର ୧୨୫ କୋଟି ଟଙ୍କା ବ୍ୟୟ ହେବ ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+