ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ କଡା ଜବାବ ଦେଉଛି । ତେବେ ଯୁଦ୍ଧର ପ୍ରଭାବ ବୈଶ୍ୱିକ ଅର୍ଥନୀତି ଉପରେ ପଡିଛି । ଷ୍ଟ୍ରେଟ୍ ଅଫ୍ ହରମୋଜ୍ ବନ୍ଦ ଥିବାରୁ ବିଭିନ୍ନ ଦେଶକୁ ତୈଳ ପରିବହନ ହୋଇପାରୁ ନାହିଁ । ଏପରିକି ଗଲ୍ଫ ଦେଶରେ ଯୁଦ୍ଧର ମାହୋଲ ଥିବାରୁ ବିଭିନ୍ନ ତୈଳ ରିଫାଇନରୀ ବନ୍ଦ ରହିଛି । ଏହାରି ଭିତରେ ଭାରତକୁ ବଡ ରିହାତି ଦେଇଛି ଆମେରିକା । ଋଷଟୁ ତୈଳ କିଣିବା ପାଇଁ ଆମେରିକା ପ୍ରଶାସନ ଭାରତକୁ କହିଛି ।

ରିପୋର୍ଟ ଅନୁସାରେ, ଯୁଦ୍ଧ ଆରମ୍ଭ ହେଲା ପରେ ଭାରତର ଗଚ୍ଛିତ ତୈଳକୁ ନେଇ ଆଶା ଏବଂ ଆଶଙ୍କା ଦେଖାଦେଇଥିଲା । ଦେଶରେ ମାତ୍ର ୫୬ ଦିନର ଅଶୋଧିତ ଏବଂ ଶୁଦ୍ଧ ତୈଳ ଥିବା ନେଇ ଜଣା ପଡିଥିଲା । ଯାହା ପରେ ଚିନ୍ତା ବଢିଥିଲା । ଯୁଦ୍ଧ ପାଇଁ ପେଟ୍ରୋଲ-ଡିଜେଲ ଆମାଦାନୀ ପ୍ରଭାବିତ ହୋଇଥିଲା । ଏବେ ଭାରତ ଋଷଠୁ ୩୦ ଦିନ ଯାଏଁ ତୈଳ ଆମଦାନୀ କରିପାରିବ । ଫଳରେ ସମୁଦ୍ରରେ ଅଟକିଥିବା ଅନେକ ଋଷ ତୈଳ ଜାହାଜଙ୍କୁ ଆଶ୍ୱସ୍ତି ମିଳିବ ।
କୁହାଯାଉଛି ଯେ, ଆମେରିକା-ଇରାନ ଯୁଦ୍ଧରେ ବୈଶ୍ୱିକ ବଜାରରେ ଚାପ ସୃଷ୍ଟି ହେଉଛି । ଏହି ଚାପ କମ୍ କରିବାକୁ ସମୁଦ୍ରରେ ଅଟକି ଥିବା ଶହ ଶହ ଋଷ ତୈଳ ଜାହାଜ ଭାରତକୁ ତୈଳ ବିକ୍ରି କରିପାରିବେ । ୩୦ ଦିନ ପାଇଁ ଏହି ଆଶ୍ୱସ୍ତି ପ୍ରଦାନ କରାଯାଇଛି । ରୟଟର୍ସ ଅନୁସାରେ. ଆମେରିକାର ଦୁଇ ଜଣ ବରିଷ୍ଠ ଅଧିକାରୀ ଋଷ ଉପରେ ଲାଗିଥିବା କଟକଣାକୁ ସାମୟିକ ସମୟ ପାଇଁ ହଟାଇ ଦେଇଛନ୍ତି । ସମୁଦ୍ରରେ ଫସିଥିବା ଋଷ ତୈଳ ସିପମେଣ୍ଟ୍ ଆଗକୁ ବଢିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେଲା ପରେ ବିଭିନ୍ନ ଦେଶକୁ ଋଷଠୁ ତେଲ ନ କିଣିବାକୁ କହିଥିଲା । ଏହାସହ କଟକଣା ମଧ୍ୟ ଲଗାଇଥିଲା । କିନ୍ତୁ ଭାରତ ଋଷଠୁ ତୈଳ କିଣିବା ଜାରି ରଖିଥିଲା । ତେଲ କାହାଠୁ କିଣା ହେବ ଏହା ଭାରତର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ନୂଆଦିଲ୍ଲୀ ସଙ୍କେତ ଦେଇଥିଲା ।
-
ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର, ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାରଙ୍କ ,ଉପସ୍ଥିତ ଥିଲେ ଗୃହମନ୍ତ୍ରୀ ଅମିତ ଶାହ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ରାଜ୍ୟସଭା ସଦସ୍ୟ ହେବାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଇଚ୍ଛା, X'ରେ ଦେଲେ ସୂଚନା -
ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ ! -
ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ : ଭାରତୀୟଙ୍କ ପାଇଁ କଣ୍ଟ୍ରୋଲ ରୁମ୍ ସ୍ଥାପନ କଲେ କେନ୍ଦ୍ର ସରକାର , ଜାରି ହେଲା ହେଲ୍ପଲାଇ -
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ସୁରେଶ ପୂଜାରୀ ଅସୁସ୍ଥ, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର -
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ହୋଇଛି ବଡ଼ ଯୋଜନା! କାହିଁକି ରାଜ୍ୟସଭା ଯିବେ ନୀତୀଶ? -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ....












Click it and Unblock the Notifications