କତାରରେ ୮ ପୂର୍ବତନ ସୈନିକଙ୍କ ଦଣ୍ଡ ବିରୋଧରେ ଭାରତ କରିବ ଅପିଲ!

ନୂଆଦିଲ୍ଲୀ:ଡିସେମ୍ବର ୨୮ ରେ, କତାର ଜେଲରେ ଥିବା ୮ ଜଣ ପୂର୍ବତନ ଭାରତୀୟ ନୌ ସୈନିକଙ୍କୁ ମିଳିଥିଲା ବଡ଼ ଆଶ୍ୱସ୍ଥି । କତାର କୋର୍ଟ ସେମାନଙ୍କର ମୃତ୍ୟୁଦଣ୍ଡକୁ ରଖିଥିଲେ ସ୍ଥଗିତ ଏହା ସହ ଜେଲଦଣ୍ଡରେ ପରିବର୍ତ୍ତନ କରିଦେଇଥିଲେ । ଏହାକୁ ନେଇ ଭାରତରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା । ଏବେ ଜେଲଦଣ୍ଡରୁ ମୁକ୍ତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଗୁରୁବାର (ଜାନୁଆରୀ ୪) ଭାରତ କହିଛି ଯେ ୮ ଜଣଙ୍କୁ ଦିଆଯାଇଥିବା ଜେଲ ଦଣ୍ଡାଦେଶ ବିରୋଧରେ ଆବେଦନ କରାଯିବ । ଆଉ କତରର ନିୟମ ଅନୁସାରେ ରାୟ ପ୍ରକାଶର ୬୦ ଦିନ ମଧ୍ୟରେ ଏହି ଆବେଦନ କରାଯିବ । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ନୂଆ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ, ଗତ ଡିସେମ୍ବର ୨୮ତାରିଖରେ କତର କୋର୍ଟ ଅଫ୍ ଆପିଲ ରାୟ ଶୁଣାଇଥିଲେ ।

eight former navy officer

ଏହାପରେ ଆମେ କହିଥିଲୁ ଯେ ଏହି ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି । ଆମର ଓକିଲ ଦଳ ପାଖରେ ଏବେ ଅଦାଲତଙ୍କ ଉକ୍ତ ଆଦେଶ ପହଞ୍ଚିଛି । ଏହା ଏକ ଗୋପନୀୟ ଆଦେଶ । ତେବେ ଜଣାପଡ଼ିଛି ଯେ ଆଠ ଜଣଙ୍କୁ ଭିନ୍ନ ଭିନ୍ନ ଅବଧିରେ ଦଣ୍ଡିତ କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି, " ସେମାନଙ୍କ ମୃତ୍ୟୁଦଣ୍ଡକୁ ରଦ୍ଦ କରାଯାଇଛି ।

ଆଉ ମାମ ପାଖରେ ଆମ ୬୦ ଦିନ ସମୟ ଅଛି ଏବଂ ବିର୍ତିମାନ ଆମେ କତାରର ସର୍ବୋଚ୍ଚ ନ୍ୟାୟାଳୟ, କ୍ୟାସେସନ୍ କୋର୍ଟ ନିକଟକୁ ଯାଇପାରିବୁ । ଆଇନଜୀବୀ ଟିମ୍ ଏହି ମାମଲାରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ଆମେ ଆଇନଜୀବୀ ଏବଂ ପରିବାର ସହିତ ଯୋଗାଯୋଗରେ ଅଛୁ । ପୂର୍ବରୁ ବିଦେଶ ମନ୍ତ୍ରଣାଳୟ କହିଛି କି, ମାମଲା ଆରମ୍ଭରୁ ଭାରତ ସରକାର ଦଣ୍ଡିତ ଭାରତୀୟଙ୍କ ସହ ଉପସ୍ଥିତ ଥିଲେ ଓ ଆଗକୁ ମଧ୍ୟ ରହିବେ ।

ସୁଚନାନୁସାରେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା । ସେମାନେ କତାରର ଏକ କଂପାନୀରେ କାମ କରୁଥିଲେ । ତେବେ ଗତ ସେପ୍େ‌ଟମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା । ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ଗତ ମାସରେ ସେମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+