Get Updates
Get notified of breaking news, exclusive insights, and must-see stories!

ଇରାନ୍-ଆମେରିକା ଯୁଦ୍ଧକୁ ନେଇ ସତର୍କ କରାଇଲା ଭାରତ, ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି

ଭାରତର ସବୁ ରାଜ୍ୟକୁ ହାଇ-ଆଲର୍ଟ! । ଗୃହ ମନ୍ତ୍ରଣାଳୟର ଚେତାବନୀ । ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ବଢ଼ିଲା ଉତ୍ତେଜନା, ସଜାଗ ରହିବାକୁ ନିର୍ଦ୍ଦେଶ । ଖାମେନେଇଙ୍କ ମୃତ୍ୟୁକୁ ନେଇ ଭାରତରେ ହାଇ-ଆଲର୍ଟ । ସବୁ ରାଜ୍ୟକୁ କେନ୍ଦ୍ରର ଚେତାବନୀ । ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ସମ୍ଭାବ୍ୟ ବିରୋଧ ପ୍ରଦର୍ଶନ ଓ ହିଂସାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସତର୍କ ସୂଚନା ଜାରି କରିଛି । ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜମ୍ମୁ-କାଶ୍ମୀର ଏବଂ ଲକ୍ଷ୍ନୌ ଭଳି ଅଞ୍ଚଳରେ ଖାମେନେଇଙ୍କ ମୃତ୍ୟୁକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିବାରୁ ପୋଲିସକୁ ସଜାଗ ରହିବାକୁ କୁହାଯାଇଛି ।

Iran-US war

ଟାର୍ଗେଟରେ ବିଦେଶୀ ଦୂତାବାସ: ଆମେରିକା, ଇସ୍ରାଏଲ ଏବଂ ଇରାନର ଦୂତାବାସ ନିକଟରେ ସୁରକ୍ଷା ବଢ଼ାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ସେହିଭଳି କାଶ୍ମୀରର ଶ୍ରୀନଗର, ବୁଡଗାମ ଏବଂ ପୁଲୱାମାରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଆମେରିକା ଓ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କାଶ୍ମୀରରେ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ରହିଛି, କୌଣସି ପ୍ରକାରର ଉତ୍ତେଜନାମୂଳକ ଭାଷଣ ବା ଗୁଜବ ଯେପରି ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି ନ କରେ, ସେଥିପାଇଁ ସୋସିଆଲ ମିଡିଆ ଏବଂ ସ୍ଥାନୀୟ ନେତାଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+