କୁଏତ ସହିତ ଥିବା ଐତିହାସିକ ସମ୍ପର୍କକୁ ଭାରତ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଏ; ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଦୁଇ ଦିନିଆ କୁଏତ ଗସ୍ତ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ କୁଏତ୍ ବିମାନ ବନ୍ଦରରେ ପହଁଞ୍ôଚବା ପରେ ସେଠାରେ କୁଏତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଶେଖ୍ ଫହାଦ ୟୁସୁଫ ସୌଦ ଅଲ୍-ସାବା ଏବଂ ଅନ୍ୟ କେତେକ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ଗସ୍ତ ବିଭିନ୍ନ କ୍ଷେତ୍ରରେ ଭାରତ-କୁଏତ ବନ୍ଧୁତାକୁ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି।
ଗତ ୪୩ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଉପସାଗରୀୟ ଦେଶ ଗସ୍ତ। କୁଏତ ଅମୀର ଶେଖ୍ ମେଶାଲ ଅଲ- ଅହମ୍ମଦ ଅଲ୍-ଜାବେର ଅଲ୍-ସବାଙ୍କ ନିମନ୍ତ୍ରଣକ୍ରମେ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସେଠାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିଲେ ଏବଂ କୁଏତ ସିଟିରେ ୧୦୧ ବର୍ଷୀୟ ପୂର୍ବତନ ଭାରତୀୟ ବୈଦେଶିକ ସେବା ଅଧିକାରୀ ମଙ୍ଗଲ ସାଇନ୍ ହାଣ୍ଡାଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଉଭୟ ରାମାୟଣ ଓ ମହାଭାରତକୁ ଆରବୀ ଭାଷାରେ ଅନୁବାଦ କରିଥିବା ଅବଦୁଲ୍ଲା ଅଲ୍ ବରୁଣ ଏବଂ ଆରବୀ ସଂସ୍କରଣ ପ୍ରକାଶ କରିଥିବା ଅବଦୁଲ ଲତିଫ୍ ଅଲ୍ ନେସେଫଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।
ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ମାସିକ 'ମନ୍ କି ବାତ୍' ରେଡିଓ ଅଭିଭାଷଣରେ ସେମାନଙ୍କ ସାଂସ୍କୃତିକ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ।କୁଏତର ଅମୀର ଏବଂ କ୍ରାଉନ ପ୍ରିନ୍ସଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାୟାନ୍ ପ୍ୟାଲେସରେ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ଶେଖ୍ ସାଦ ଅଲ୍ ଅବଦୁଲ୍ଲା ସ୍ପୋର୍ଟସ କମ୍ପେ୍ଲକ୍ସରେ ଆୟୋଜିତ 'ଅହଲାନ ମୋଦି' କମ୍ୟୁନିଟି ଇଭେଣ୍ଟରେ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ। ୨୬ତମ ଆରବ ଗଲ୍ଫ କପ୍ ଉଦଘାଟନୀ ସମାରୋହରେ ଶ୍ରୀ ମୋଦୀ କୁଏତର ଅମୀରଙ୍କ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, କୁଏତ ସହ ଯେଉଁ ଐତିହାସିକ ସମ୍ପର୍କ ପିଢି ପିଢି ଧରି ବଜାୟ ରହିଛି ତାହାକୁ ଭାରତ ଗଭୀର ଭାବରେ ଗୁରୁତ୍ୱ ଦେଇଥାଏ । ଉଭୟ ଦେଶ ବାଣିଜ୍ୟ ଓ ଶକ୍ତି କ୍ଷେତ୍ରରେ କେବଳ ଦୃଢ଼ ଅଂଶୀଦାର ନୁହଁନ୍ତି ବରଂ ପଶ୍ଚିମ ଏସିଆ କ୍ଷେତ୍ରରେ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଉଭୟ ଦେଶ ସମାନ ଆଗ୍ରହ ରହିଥିବା ଶ୍ରୀ ମୋଦୀ କହିଛନ୍ତି।












Click it and Unblock the Notifications