ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କଲେ ଭାରତ-ଆମେରିକା
ବିଶ୍ୱସ୍ତରୀୟ ମହାଶକ୍ତି ମଧ୍ୟରେ ଏବେ ଶକ୍ତି ସଂଘର୍ଷ ଚାଲିଛି। କେଉଁ ଦେଶ କେତେ ମଜବୁତ ତାହା ପ୍ରମାଣ କରିବାରେ ଲାଗିପଡ଼ିଛନ୍ତି ଅନେକ ବଡ଼ ବଡ଼ ଦେଶ। ଏହି ପ୍ରତିଯୋଗିତା ମଧ୍ୟରେ ଭାରତ ଏବଂ ଆମେରିକା ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦୁଇ ଦେଶ ମଧ୍ୟରେ ରଣନୈତିକ ସମନ୍ୱୟର ଏକ ସଙ୍କେତ ଭାବରେ ବର୍ଣ୍ଣନା କରିଛନ୍ତି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ଏକ ବୈଠକରେ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତିନାମା ସ୍ୱାକ୍ଷରିତ ହେବା ସମୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟର ହେଗସେଥ୍ ମଧ୍ୟ ଉପସ୍ଥିତ ଥିଲେ।

ଏହି ଚୁକ୍ତିନାମା ଏପରି ସମୟରେ କରାଯାଇଛି, ଯେତେବେଳେ ଶୁଳ୍କକୁ ନେଇ ଉତ୍ତେଜନା ପରେ ଉଭୟ ଦେଶ ସମ୍ପର୍କ ପୁନର୍ବାର ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକା ଭାରତୀୟ ଉତ୍ପାଦ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ନିଷ୍ପତ୍ତି ପରେ ବି ଭାରତ ମୁଣ୍ଡ ନୁଆଁଉନଥିବା ଦେଖି ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ସମ୍ପର୍କ ସୁଧାରିବାକୁ ଅନେକ ସଙ୍କେତ ଦେଉଛନ୍ତି। ଏମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି।












Click it and Unblock the Notifications