ଆହୁରି ଦୃଢ ହେବ ତିନି ସେନା, ଭାରତକୁ ଆସିବ ପ୍ରିଡେଟର ଡ୍ରୋନ

ଆହୁରି ଦୃଢ ହେବ ଭାରତର ତିନି ସେନାର ଶକ୍ତି। ଭାରତ ସରକାର ଆମେରିକା ସହ ଏକ ବଡ଼ ଚୁକ୍ତି କରିଛନ୍ତି। ଆମେରିକାର ଶକ୍ତିଶାଳୀ ପ୍ରିଡେଟର MQ-9B ଡ୍ରୋନ୍ କ୍ରୟ କରିବେ ଭାରତ ସରକାର । ଏଥିପାଇଁ ଭାରତ ସରକାର ଆମେରିକା ସହ ୩୨ ହଜାର କୋଟି ଟଙ୍କାର ଚୁକ୍ତି କରିଥିବା‌ ଜଣାପଡ଼ିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଡ୍ରୋନ୍‌କୁ ଆଲୋଚନା ହେବା ପରେ ଏହି ଖବର ସାମ୍ନାକୁ ଆସିଛି ।

ଆଫଗାନିସ୍ତାନରେ ଅଲକାଏଦାକୁ ନିପାତ କରିବାରେ ଏହି ପ୍ରିଡେଟର ଡ୍ରୋନ ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲା । ହଜାର ହଜାର କିଲୋମିଟର ଦୂରରେ ବସି ଯେକୌଣସି ଟାର୍ଗେଟ ଉପରେ ନଜର ରଖାଯାଇଥିଲା ଏବଂ ସଠିକ ଟାର୍ଗେଟ କରାଯାଇଥିଲା । ଏବେ ଭାରତୀୟ ସେନା ମଧ୍ୟ ସମାନ କାମ କରୁଥିବା ଦେଖିବାକୁ ମିଳିବ ।

drone

ଚୀନ ସୀମା ହେଉ କି ପାକିସ୍ତାନ ସବୁଠି ଏହା ଉପରେ ନଜର ରଖାଯାଇପାରିବ। କାରଣ ଭାରତ ଏବେ ସେହି ଏମକ୍ୟୁ୯ବି ଡ୍ରୋନ ପାଇବାକୁ ଯାଉଛି । ଯୁକ୍ତରାଷ୍ଟ୍ର ଆମେରିକା ସହ ହୋଇଥିବା ଏହି ଚୁକ୍ତି ଉପରେ ଚୂଡ଼ାନ୍ତ ମୋହର ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ମୋଟ ୩୧ଟି ଡ୍ରୋନ୍ ମଧ୍ୟରୁ ୧୫ ଟି ନୌସେନାକୁ, ୮ଟି ଲେଖାଏଁ ଡ୍ରୋନ୍ ସ୍ଥଳସେନା ଏବଂ ବାୟୁସେନାକୁ ଦିଆଯିବ । ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଏହି ଡିଲ୍ ଆଉ ୨,୫୦୦ କୋଟି ଟଙ୍କା ବୃଦ୍ଧି ପାଇପାରେ। ଅର୍ଥାତ୍ ୩୪,୫୦୦ କୋଟି ଟଙ୍କାର ଡ୍ରୋନ୍ ଆସିବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ୩.୯୯ ବିଲିୟନ ଡଲାରର ଏହି ଚୁକ୍ତିରେ ଭାରତକୁ ୩୧ଟି ଏମକ୍ୟୁ-୯ବି ରିମୋଟ୍ ପାଇଲଟ୍ ଏୟାରକ୍ରାଫ୍ଟ (ଆରପିଏ) ଏବଂ ଆନୁଷଙ୍ଗିକ ଉପକରଣ ମିଳିବ।

ଏହା ଏମକ୍ୟୁ୯ବି ଡ୍ରୋନର ଏକ ଉନ୍ନତ ସଂସ୍କରଣ । ଆମେରିକୀୟ କମ୍ପାନି ଜେନେରାଲ୍ ଆଟୋମିକ୍ ସହ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପ୍ରିଡେଟର ଡ୍ରୋନର ଅନେକ ଭିନ୍ନ ଭିନ୍ନ ସଂସ୍କରଣ ଅଛି ଏବଂ ବିଭିନ୍ନ ନାମରେ ମଧ୍ୟ ଜଣାଶୁଣା |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+