ଭାରତରେ ମହଙ୍ଗା:ଦୁବାଇରୁ ମା'ଙ୍କ ପାଇଁ ଆଣିଲେ ଟମାଟୋ
India Tamato Prices:ଲଗାଣ ବର୍ଷା ଏବଂ କମ୍ ଉତ୍ପାଦନ ହେତୁ ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି । ଦେଶର କେତେକ ସ୍ଥାନରେ ଟମାଟୋ କିଲୋ ପିଛା 300 ଟଙ୍କାରେ ବିକ୍ରି ହେଉଛି । ଯେଉଁଥି ପାଇଁ ଖାଉଟି ଏବେ ଚିନ୍ତାରେ । ଏହାରି ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚା ।
ଭାରତରେ ମହଙ୍ଗା ହେବା କାରଣରୁ ଦୁବାଇରୁ ମା'ଙ୍କ ପାଇଁ ୧୦ କିଲୋ ଟମାଟୋ ଆଣିଲେ ଝିଅ । 'ରେଭ୍ସ' ନାମକ ଟ୍ୱିଟର ଏକାଉଣ୍ଟରୁ ଟ୍ୱିଟ୍ କରାଯାଇଥିଲା ଯେଉଁଥିରେ ଲେଖାଯାଇଥିଲା ଯେ, ତାଙ୍କ ଭଉଣୀ ଦୁବାଇରୁ ଭାରତକୁ ଆସିବା ବେଳେ ଟମାଟୋ ମା'ଙ୍କ ପାଇଁ ୧୦ କିଲୋ ଟମାଟୋ ଉପହାର ଆଣିଛନ୍ତି । ତାଙ୍କର ଏହି ଟ୍ୱିଟ୍ ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଇଥିଲା ।

ସୂଚନା ଅନୁସାରେ, ତାଙ୍କ ପରିବାର ସଦସ୍ୟ ଟମାଟୋ ବହୁତ ପସନ୍ଦ କରନ୍ତି । ସେ ସବୁ ଖାଦ୍ୟରେ ଟମାଟୋ ବ୍ୟବହାର କରନ୍ତି । ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଝିଅ ଆଣିଥିବା 10 କିଲୋ ଟମାଟୋରେ ଚଟଣି ଏବଂ ଆଚାର ତିଆରି କରାଯିବ । ଏହି ଟ୍ୱିଟଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି ଲୋକେ ।
ପୁଣେର ଚାଷୀ ହେଲେ କୋଟିପତି
ଟମାଟୋ ମହଙ୍ଗା ହେବା ଦିନଠୁ ଏହି ପରିବାକୁ ନେଇ ପ୍ରତିଦିନ କୌତୁହଳପୂର୍ଣ୍ଣ ଖବର ପ୍ରକାଶ ପାଉଛି । ନିକଟରେ ଜଣେ କୃଷକ କେବଳ ଟମାଟୋ ବିକ୍ରି କରି 3 କୋଟିରୁ ଅଧିକ ରୋଜଗାର କରିଛନ୍ତି । ଚାଷୀଙ୍କ ଅନୁଯାୟୀ ଚଳିତ ବର୍ଷ ତାଙ୍କର ଫସଲ ବହୁତ ଭଲ ଥିଲା ଏବଂ ଟମାଟୋର ମୂଲ୍ୟ ବଢିବାରୁ ତାଙ୍କୁ ଖୁବ ଲଭ ମିଳିଥିଲା ।












Click it and Unblock the Notifications