ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ମଧ୍ୟ ୧୦,୦୦୦ ଟପିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ:ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୪ ଦିନ ହେବ କୋଭିଡ୍-୧୯ ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୭,୦୦୦ ଟପି ଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନାଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦, ୦୯୩ ନୂଆ ମାମଲା ରେକର୍ଡ କରାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୧୧୫ରେ ପହଁଞ୍ଚିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ପରେ କୋଭିଡ୍-୧୯ ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୧୧୪କୁ ବୃଦ୍ଧି ପାଇଛି ।

corona_update

ଦେଶରେ ଦୈନିକ କୋଭିଡ୍-୧୯ ପଜିଟିଭ୍ ହାର ୬.୭୮ ପ୍ରତିଶତ ଥିବା ବେଳେ ସାପ୍ତାହିକ ପିଜିଟିଭ୍ ହାର ୪.୪୯% ରହିଥିବାନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।

ସେହିପରି ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ୪,୪୨,୨୯,୪୫୫ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮.୬୮% ରହିଛି । ଅନ୍ୟପକ୍ଷରେ ଗତକାଲି ସଂଧ୍ୟା ୬ଟା ସୁଦ୍ଧା ମୋଟ୍ ୨,୨୦,୬୬,୩୨୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+