ଆମେରିକା ରିହାତି ପ୍ରତ୍ୟାହାର କରି ନେବାରୁ ଆକ୍ସନରେ ଭାରତ, ଆମେରିକାକୁ ଡାକସେବା ବନ୍ଦ

ଭାରତୀୟ ଡାକ ବିଭାଗ ଆସନ୍ତା ୨୫ ତାରିଖରୁ ଆମେରିକା ସହ ଡାକ ସାମଗ୍ରୀ ଯୋଗାଯୋଗ ଅସ୍ଥାୟୀ ଭାବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ୮୦୦ ଡଲାର୍‍ ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କ ଛାଡ଼ ସଂକ୍ରାନ୍ତ ନିଷ୍ପତ୍ତି ଚଳିତ ମାସ ୨୯ ତାରିଖରୁ ଆମେରିକା ପ୍ରତ୍ୟାହାର କରିବା ଘୋଷଣା କରିଛି । ଏହାକୁ ଦୃଷ୍ଟିରେ ରଖି ଆମେରିକାକୁ ପଠାଯାଉଥିବା ସମସ୍ତ ଆନ୍ତର୍ଜାତିକ ଡାକ ସାମଗ୍ରୀକୁ ବନ୍ଦ ରଖିବା ପାଇଁ
ଯୋଗାଯୋଗ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

india

ତେବେ ୧ହଜାର ଡଲାର୍‍ ପର୍ଯ୍ୟନ୍ତ ଉପହାର ସାମଗ୍ରୀ ଶୁଳ୍କମୁକ୍ତ ରଖାଯିବ ବୋଲି କୁହାଯାଇଛି । ଡାକ ବିଭାଗ ଏହା ସହ ଜଡ଼ିତ ସମସ୍ତ ଅଂଶିଦାରଙ୍କ ସହ କଥାବାର୍ତ୍ତା କରି ଡାକ ସେବାକୁ ବନ୍ଦ ରଖିଛି । ତେବେ ଏ ସମ୍ପର୍କରେ ବିଚାର ବିମର୍ଷ କରି ଖୁବ୍‍ ଶୀଘ୍ର ସେବା ପୁନଃ ଆରମ୍ଭ କରାଯିବାକୁ ପ୍ରୟାସ କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ ଡାକ ମାଧ୍ୟମରେ ଆମେରିକାକୁ ପଠାଯିବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ମଧ୍ୟ ଏହି ନିଷ୍ପତ୍ତି ବଳବତ୍ତର ରହିବ । ବୁକିଂ ହୋଇଥିବା ସାମଗ୍ରୀଗୁଡ଼ିକ ଉପରେ ପୋଷ୍ଟାଲ୍‍ ଖର୍ଚ୍ଚ ସମ୍ପୃକ୍ତ ପକ୍ଷଙ୍କୁ ଫେରାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+