ଭାରତ ଆଗାମୀ ଦିନରେ ନିଜର ମହାକାଶ କେନ୍ଦ୍ର ସ୍ଥାପନ କରିବ :ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମହାକାଶ କ୍ଷେତ୍ରରେ ଭାରତର ବିକାଶ ହେବା ଦ୍ୱାରା ସାଧାରଣ ଲୋକଙ୍କ ଜୀବନଶୈଳୀ ସହଜ ଓ ସରଳ ହୋଇଛି । ଭିଡ଼ିଓ ବାର୍ତ୍ତାରେ ଜାତୀୟ ମହାକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ମହାକାଶ ଅଭିଯାନ କେବଳ ଜ୍ଞାନକୌଶଳରେ ନୁହେଁ ବରଂ ବୈଜ୍ଞାନିକ ଉଦ୍ଭାବନରେ ଅଗ୍ରଣୀ ଲାଭ କରିଛି । ଯାହାଫଳରେ ଜୀବନଧାରଣର ମାନ ସହଜ
ହୋଇପାରିଛି । ସେ କହିଛନ୍ତି, ମହାକାଶ ପ୍ରଯୁକ୍ତିବିଦ୍ୟା ଭାରତୀୟ ଅନୁଶାସନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଗଣିତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଆଗାମୀ ଦିନରେ ଭାରତ ନିଜର ମହାକାଶ କେନ୍ଦ୍ର ସ୍ଥାପନ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଖୁବ୍‍ କମ୍‍ ସମୟ ମଧ୍ୟରେ ଜାତୀୟ ମହାକାଶ କ୍ଷେତ୍ର ଯୁବାମାନଙ୍କ ମଧ୍ୟରେ ଉତ୍ସାହ ତଥା ଆଗ୍ରହ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି । ମହାକାଶ କ୍ଷେତ୍ରରେ ଭାରତର ବୈଜ୍ଞାନିକମାନେ ବିଭିନ୍ନ ସଫଳତା ହାସଲ କରିବା ସହ ଗତ ୧୧ ବର୍ଷ ମଧ୍ୟରେ ବିଭିନ୍ନ ସଂସ୍କାର ଆଣିପାରିଛନ୍ତି । ଏହି ଅବସରରେ ଘରୋଇ ସଂସ୍ଥା ଦ୍ୱାରା ଭାରତ ପ୍ରଥମ ପି.ଏସ୍‍.ଏଲ୍‍.ଭି. ରକେଟ୍‍ ନିର୍ମାଣ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ମଧ୍ୟ ପ୍ରଥମଥର ପାଇଁ ଘରୋଇ ଯୋଗାଯୋଗ ଉପଗ୍ରହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

narendra modi

ସରକାରୀ ଏବଂ ଘରୋଇ ଭାଗିଦାରିତାରେ ପୃଥିବୀ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଏକ ସ୍ୱତନ୍ତ୍ର ଉପଗ୍ରହର ନିର୍ମାଣ ହେଉଥିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ମହାକାଶରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ଡକିଂ ଅନ୍‍-ଡକିଂ ଦକ୍ଷତା ପ୍ରତିପାଦନ କରିଥିବା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ମହାକାଶ କ୍ଷେତ୍ରରେ ବୈଜ୍ଞାନିକମାନଙ୍କର ଗବେଷଣାର ଅନ୍ତ ନାହିଁ ଏବଂ ଏହାର କୌଣସି ଚୂଡ଼ାନ୍ତ ଲକ୍ଷ୍ୟ ନ ଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହା ଏକ ଅବିରତ ଗବେଷଣା ହୋଇଥିବାରୁ ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ନୀତିରେ ମଧ୍ୟ କ୍ରମାଗତ ପରିବର୍ତ୍ତନର ଧାରା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+