Get Updates
Get notified of breaking news, exclusive insights, and must-see stories!

ପରଲୋକରେ ସିଞ୍ଜୋ ଆବେ: ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ, ମୋଦି କହିଲେ ଜଣେ ବନ୍ଧୁଙ୍କୁ ହରାଇଲି

ପରଲୋକରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ଆଜି ଏକ ସଭାରେ ଭାଷଣ ଦେଉଥିବା ବେଳେ ଗୁଳିମାଡରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନୂଆଦିଲ୍ଲୀ: ପରଲୋକରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ଆଜି ଏକ ସଭାରେ ଭାଷଣ ଦେଉଥିବା ବେଳେ ଗୁଳିମାଡରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଞ୍ଜୋ ଆବେ ଭାରତ-ଜାପାନ ସମ୍ପର୍କ ମଜବୁତ କରିବା ଦିଗରେ ସର୍ବଦା ଚେଷ୍ଟିତ ଥିବା କହି ତାଙ୍କ ସହ ସାକ୍ଷାତକାର ସମୟର ଏକ ଫଟୋ ସେୟାର କରି କହିଛନ୍ତି ମୋଦି । ଏହାସହିତ ଆବେଙ୍କ ବିୟୋଗରେ ଆସନ୍ତାକାଲି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

modi

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ନିଜର ସମାବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଥିବା ସମୟରେ ସର୍ବଦା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ କରିବାକୁ ଚାହୁଁଥିବା ଜଣେ ଘନିଷ୍ଠ ବନ୍ଧୁଙ୍କୁ ଆଜି ଭାରତ ହରାଇଛି ବୋଲି ଟ୍ବିଟ୍ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଟ୍ବିଟ୍ କରି ଗଭୀର ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ଓ ଦେଶକୁ ସମାବେଦନା ଜଣାଇଛନ୍ତି । ଏହାସହିତ ଭାରତ-ଜାପାନ ସମ୍ପର୍କ ମଜବୁତ କରିବାରେ ଆବେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନେଇ କହିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଟ୍ବିଟ୍ କରି ଦୁଃଖପ୍ରକାଶ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+