୨୦୪୭ ସୁଦ୍ଧା ସାରା ଦେଶରେ ଚାଲିବ ୪,୫୦୦ ବନ୍ଦେ ଭାରତ
ଭାରତୀୟ ରେଳବାଇରେ ଏବେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି । ଭବିଷ୍ୟତର ବନ୍ଦେ ଭାରତ ୪.୦ ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ୩୫୦ କିମି ବେଗରେ ଦୌଡ଼ିବ, ଯାହା ଭାରତକୁ ବିଶ୍ୱର ଦ୍ରୁତତମ ରେଳ ବ୍ୟବସ୍ଥା ଥିବା ଦେଶମାନଙ୍କ ମଧ୍ୟରେ ସ୍ଥାନିତ କରିବ । ରେଳ ମନ୍ତ୍ରଳାଳୟ ଅନୁଯାୟୀ, ଏହି ବିକାଶ ପରବର୍ତ୍ତୀ ପିଢ଼ିର ହାଇ-ସ୍ପିଡ୍ ରେଳ ଯାତ୍ରାକୁ ସୁବିଧା କରିବ । ଏହାକୁ ବିଶେଷ ଭାବରେ ମୁମ୍ୱାଇ-ଅହମ୍ମଦାବାଦ ରୁଟ୍ ଭଳି 'ଡେଡିକେଟେଡ୍ ହାଇ-ସ୍ପିଡ୍ କରିଡର' ପାଇଁ ଡିଜାଇନ୍ କରାଯାଉଛି ।

ପ୍ରଥମ ସେମି ହାଇ-ସ୍ପିଡ୍ ଟ୍ରେନ୍ସଟ୍ ଫେବୃଆରୀ ୨୦୧୯ରେ ପ୍ରଚଳନ କରାଯାଇଥିଲା । ସେପ୍ଟେମ୍ୱର ୨୦୨୨ରେ ସୁରକ୍ଷା ବୈଶିଷ୍ଟ୍ୟଗୁଡ଼ିକ ବୃଦ୍ଧି କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୫ରେ ଶକ୍ତି କ୍ଷମତା ଏବଂ ଯାତ୍ରୀ ସୁବିଧାଗୁଡ଼ିକ ଉନ୍ନତ କରାଯାଇଥିଲା । ୨୦୨୬ରେ ଏହାର ସ୍ଲିପର୍ ଭାରିଆଣ୍ଟ ଲଞ୍ଚ କରାଯିବ । ଏହା ଏକ ଦୂରଗାମୀ ଟ୍ରେନ୍ ହେବ ଯାହା ରାତିରେ ମଧ୍ୟ ଚାଲିବ । ୨୦୨୭ରେ ଚତୁର୍ଥ ସଂସ୍କରଣ ଲଞ୍ଚ କରାଯିବ, ଯାହାର ସର୍ବାଧିକ ଗତି ୩୫୦ କିମି ଘଣ୍ଟା ହେବ । ୨୦୪୭ ସୁଦ୍ଧା ସାରା ଦେଶର ୪,୫୦୦ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁ କରିବାର ଲକ୍ଷ୍ୟ ରଖାଯାଇଛି ।
"ବନ୍ଦେ ଭାରତ ୪.୦" କେବଳ ଦ୍ରୁତବେଗ ନୁହେଁ, ଏହା ବିଶ୍ୱର ସର୍ବୋତ୍ତମ ସୁରକ୍ଷା ମାନଦଣ୍ଡକୁ ମଧ୍ୟ ପୂରଣ କରିବ । "କବଚ ୫.୦" ହେଉଛି ଭାରତର ସ୍ୱଦେଶୀ "ସ୍ୱୟଂଚାଳିତ ଟ୍ରେନ ସୁରକ୍ଷା" ସିଷ୍ଟମ । ଏହା ଟ୍ରେନ୍ଗୁଡ଼ିକୁ ଦୁର୍ଘଟଣା ହେବାରୁ ଅର୍ଥାତ୍ ଧକ୍କା ହେବାରୁ ରୋକେ, ସିଗନାଲ ଡେଇଁଲେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଏ ଏବଂ ଦ୍ରୁତଗତିକୁ ନିୟନ୍ତ୍ରଣ କରେ । ଏହି ପ୍ରଯୁକ୍ତିବିଦ୍ୟା ବ୍ରେକିଂ ସମୟରେ ଶକ୍ତି ଉତ୍ପାଦନ କରେ, ଯାହାକୁ ପରେ ଗ୍ରିଡ୍କୁ ପଠାଯାଏ । ଯାହା ଫଳରେ ଯଥେଷ୍ଟ ଶକ୍ତି ସଞ୍ଚୟ ହୁଏ । ଏହା ଏକ 'ସେମି ପରମାନେଣ୍ଟ କପଲର' ଏବଂ ଉନ୍ନତ ସସ୍ପେନସନ ବ୍ୟବହାର କରେ, ଯାହା ସୁନିଶ୍ଚିତ କରେ ଯେ, ଯାତ୍ରୀମାନେ ଉଚ୍ଚ ଗତିରେ ମଧ୍ୟ କୌଣସି ଝଟକା ଅନୁଭବ କରନ୍ତି ନାହିଁ ।
"ବନ୍ଦେ ଭାରତ ୪.୦"ରେ ବାୟପ ଜୀବାଣୁ ମୁକ୍ତ କରିବା ପାଇଁ ଏକ ସ୍ୱଦେଶୀ UV_C ଲ୍ୟାମ୍ପ ଆଧାରିତ ଜୀବାଣୁ ମୁକ୍ତି ପ୍ରଣାଳୀ ରହିବ । ସମ୍ପୂର୍ଣ୍ଣ ସିଲ୍ ହୋଇଥିବା ଗ୍ୟାଙ୍ଗୱେ ଏବଂ କେନ୍ଦ୍ରୀୟ ନିୟନ୍ତ୍ରିତ ସ୍ୱୟଂଚାଳିତ ପ୍ଲଗ୍ ଡୋର୍ ରହିବ । ସ୍ୱତନ୍ତ୍ର ଭାବରେ ଡିଜାଇନ ହୋଇଥିବା ଶୌଚାଳୟ ଏବଂ ବସିବା ବ୍ୟବସ୍ଥା । ପ୍ରତ୍ୟେକ କୋଚ୍ରେ ସୁରକ୍ଷା କ୍ୟାମେରା ଏବଂ କ୍ରୁ ସହିତ ଯୋଗାଯୋଗ ପାଇଁ ଏକ ଜରୁରୀକାଳିନ ୟୁନିଟ୍ । ଭାରତୀୟ ରେଳବାଇ ୨୦୪୭ ସୁଦ୍ଧା ରେଳଯାତ୍ରାକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁଥିରେ ବନ୍ଦେ ଭାରତ ନେଟୱର୍କ ଭାରତର ଜୀବନରେଖା ହେବ ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications