ଇଣ୍ତିଆ ରୁ ଭାରତ: ଦେଶର ନାଁ ବଦଳିଲେ, ଏହି ସବୁ ଡକ୍ୟୁମେଣ୍ଟରେ ହେବ ପରିବର୍ତ୍ତନ ଜାଣନ୍ତୁ...

ନୂଆଦିଲ୍ଲୀ: ଯଦି INDIAର ନାମ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇ କେବଳ 'ଭାରତ' କରାଯାଏ, ତେବେ ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ
ଡକ୍ୟୁମେଣ୍ଟରେ ପରିବର୍ତ୍ତନ କରିବା ପାଇଁ ପଡିବ । ତେବେ ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏଭଳି କୌଣସି ସାମ୍ବିଧାନିକ ସଂଶୋଧନ ପ୍ରସ୍ତାବ ଦିଆଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ।

1947 ମସିହାରେ ଦେଶ ସ୍ୱାଧୀନ ହେଲା ଏବଂ 1950 ପରଠାରୁ ଏହାର ନିଜସ୍ୱ ସମ୍ବିଧାନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଦଲିଲରେ ଦେଶର ଇଂରାଜୀ ନାମ ପାଇଁ 'INDIA' ଏବଂ ହିନ୍ଦୀ ଭାଷାରେ 'ଭାରତ' ବୋଲି ଲେଖାଯାଉଛି । ତେବେ ଜି -20 ଶିଖର ସମ୍ମିଳନୀର ଅତିଥିମାନଙ୍କ ରାତ୍ରୀ ଭୋଜନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ର ଉପରେ 'ଭାରତର ରାଷ୍ଟ୍ରପତି' ଲେଖାଯାଇଥିଲା ଯାହା ପରେ ଦେଶର ନାଁ ବଦଳାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

india

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜି -20 ସହ ଜଡିତ ଅନ୍ୟ ଡକ୍ୟୁମେଣ୍ଟ ଏବଂ ପରିଚୟ ପତ୍ରରେ ମଧ୍ୟ 'INDIA' ବଦଳରେ ଇଂରାଜୀରେ 'ଭାରତ' ଲେଖାଯାଇଛି । ଉଦାହରଣ ସ୍ୱରୂପ 'ଭାରତର ପ୍ରଧାନମନ୍ତ୍ରୀ' । ଯଦି କେନ୍ଦ୍ରର ସରକାର ଦେଶର ନାମ ପରିବର୍ତ୍ତନ କରନ୍ତି ତେବେ ସାଧାରଣ ଲୋକଙ୍କର ଡକ୍ୟୁମେଣ୍ଟରେ ଦେଶର ନାଁ ପରିବର୍ତ୍ତନ କରାଯିବ ନା ନାହିଁ ତାହା ଏବେ ଏକ ବଡ଼ ପ୍ରଶ୍ନ ।

ବର୍ତ୍ତମାନ ଆଧାରକାର୍ଡରେ ହିନ୍ଦୀରେ 'ଭାରତ ସରକାର' ଏବଂ ଇଂରାଜୀରେ 'government of india'ଲେଖାଯାଇଛି । ତେବେ ଯଦି ଦେଶର ନାଁ ପରିବର୍ତ୍ତନ କରାଯାଏ ତେବେ 'Government Of Bharat' ଲେଖିବା ପାଇଁ ପଡିପାରେ ।

ସେହିପରି ଭୋଟର ପରିଚୟ ପତ୍ର ଉପରେ 'ଭାରତ ନିର୍ବାଚନ ଆୟୋଗ' ଏବଂ ଇଂରାଜୀରେ 'Election Commission of India' ଲେଖାଯାଉଛି । ଯାହାକୁ ପରିବର୍ତ୍ତନ କରିବା ପାଇଁ ପଡିପାରେ । ତେବେ 'Election Commission of India' ବଦଳରେ 'Election Commission of Bharat' ଲେଖାଯିବାର ଆଶଙ୍କା ରହିଛି ।

ସେହିପରି ପାସପୋର୍ଟରେ ବର୍ତ୍ତମାନ ହିନ୍ଦୀରେ 'ଭାରତ ଗଣରାଜ୍ୟ' ଲେଖାଯାଉ ଥିବା ବେଳେ ଇଂରାଜୀରେ 'Republic of india' ଲେଖାଯାଉଛି ଯାହା ପରିବର୍ତ୍ତନ ହୋଇ 'Republic of Bharat' ବୋଲି ଲେଖାଯିବ ।

ବର୍ତ୍ତମାନ 'ଡ୍ରାଇଭିଂ ଲାଇସେନ୍ସ' ଉପରେ ଇଂରାଜୀରେ 'ୟୁନିଅନ୍ ଅଫ୍ ଇଣ୍ଡିଆ' ଲେଖାଯାଇଛି। କିନ୍ତୁ ଦେଶର ନାମ ବଦଳିବା ପରେ 'ୟୁନିଅନ୍ ଅଫ୍ ଭାରତ' ଲେଖିବାକୁ ପଡ଼ିବ।

ପାନ କାର୍ଡରେ ବର୍ତ୍ତମାନ ହିନ୍ଦୀରେ 'ଭାରତ ସରକାର' ଲେଖାଯାଇଛି ସେହିପରି ଇଂରାଜୀରେ 'Government Of India' ବୋଲି ଲେଖାଯାଇଥିବା ଦେଖିବା ପାଇଁ ମିଳୁଛି ହେଲେ ଯଦି ଦେଶର ନାମ ପରିବର୍ତ୍ତ ହୁଏ ତେବେ 'Government Of India' ବଦଳରେ 'Government Of Bharat' ଲେଖିବା ପାଇଁ ପଡିବ । ତେବେ ଯଦି ଦେଶର ନାମ ପରିବର୍ତ୍ତନ କରାଯାଏ ତେବେ ଏହି ସମସ୍ତ ଡକ୍ୟୁମେଣ୍ଟରେ ମଧ୍ୟ ସଂଶୋଧନର କରିବା ଆବଶ୍ୟକତା ରହିଛି । କେବଳ ଡକ୍ୟୁମେଣ୍ଟ୍ ନୁହେଁ । ଦେଶର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନର ନାମ ଏବଂ ହଲମାର୍କରେ ମଧ୍ୟ ଭାରତ ବ୍ୟବହୃତ କରାଯିବ ।

ଏହା ବ୍ୟତୀତ ଇସ୍ରୋ, AIIMS, IIT, ଟ୍ରିପଲ୍ ଆଇଟି, IIM, ନିର୍ବାଚନ ଆୟୋଗ ଅଫ୍ ଇଣ୍ଡିଆ (ECI) ପରି ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ଅଛି, ଯେଉଁଥିରେ ଭାରତ ବ୍ୟବହାର କରିବାକୁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+