୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର: ପ୍ରଧାନମନ୍ତ୍ରୀ

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ । ଆଉ ସେତେବେଳେ ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ନଥିବ । ବିଶ୍ୱର ଜିଡିପି କୈନ୍ଦ୍ରିକ ଦୃଷ୍ଟିକୋଣ ବର୍ତ୍ତମାନ ମାନବକୈନ୍ଦ୍ରିକ ଦୃଷ୍ଟିକୋଣ ପରିବର୍ତ୍ତନ ହେଉଛି । ଭାରତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ସେ କହିଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ପ୍ରୟାସରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନୀତିଗତ ଆଭିମୁଖ୍ୟ ବିଷୟରେ ସମୟ ଏବଂ ସ୍ପଷ୍ଟ ସୂଚନା ଦେବା ଉଚିତ । ଯାହା ଦ୍ୱାରା ମୁଦ୍ରାସ୍ଫୀତି ମୁକାବିଲା ପାଇଁ ପ୍ରତ୍ୟେକ ଦେଶ ଗ୍ରହଣ କରିଥିବା ପଦକ୍ଷେପ ଅନ୍ୟ ଦେଶ ଉପରେ ନକାରାତ୍ମକ ପ୍ରଭାବ ପକାଇବ ନାହିଁ । ବର୍ତ୍ତମାନ ସମୟରେ ଅଧିକାଂଶ ବିକଶିତ ଅର୍ଥବ୍ୟବସ୍ଥା ଅର୍ଥନୈତିକ ମନ୍ଥରତା, ଭୟଙ୍କର ଅଭାବ, ଉଚ୍ଚ ମୁଦ୍ରାସ୍ଫୀତି ଏବଂ ସେମାନଙ୍କ ଜନସଂଖ୍ୟା ବୃଦ୍ଧି ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଭାରତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଆସିଛି ଏବଂ ସର୍ବ ବୃହତ ଯୁବ ଜନସଂଖ୍ୟା ରହିଛି ।

PM Modi

ସ୍ୱତନ୍ତ୍ର ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ 'ସବକା ସାଥ, ସବକା ବିକାଶ' ମଧ୍ୟ ବିଶ୍ୱକଲ୍ୟାଣ ପାଇଁ ଏକ ମାର୍ଗଦର୍ଶକ ନୀତି ହୋଇପାରେ। ଜି-୨୦ରେ ଆମ କଥା ଓ ଦୃଷ୍ଟିକୋଣକୁ ବିଶ୍ୱ କେବଳ ଚିନ୍ତାଧାରାଭାବେ ନୁହେଁ ବରଂ ଭବିଷ୍ୟତର ରୋଡ୍ ମ୍ୟାପ୍ଭାବେ ଦେଖୁଛି। ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ଭାରତ ୫ ଟି ସ୍ଥାନ ଉପରକୁ ଉଠିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ଦିନ ଧରି ଭାରତକୁ ଏକ ବିଲିୟନ ଭୋକିଲା ପେଟ ଥିବା ଦେଶ ଭାବରେ ଦେଖାଯାଉଥିଲା, ବର୍ତ୍ତମାନ ଏହା ଏକ ବିଲିୟନ ଉଚ୍ଚାକାଂକ୍ଷୀ ମନ ଏବଂ ଦୁଇ ବିଲିୟନ ଦକ୍ଷ ହାତ ବିଶିଷ୍ଟ ଦେଶ।

କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରେ ଜି -୨୦ ବୈଠକ କରିବାକୁ ପାକିସ୍ତାନ ଏବଂ ଚୀନର ଆପତ୍ତିକୁ ପ୍ରତ୍ୟାଖ୍ୟାନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ପ୍ରତ୍ୟେକ ଅଞ୍ଚଳରେ ବୈଠକ କରିବା ସ୍ୱାଭାବିକ । ଜି -୨୦ରେ ଆମର ପ୍ରସ୍ତାବ ଓ ଦୃଷ୍ଟିକୋଣକୁ କେବଳ ଏକ ବିଚାର ନୁହେଁ, ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ଭାବରେ ଦେଖୁଛି ବିଶ୍ୱ ।

ସେହିପରି ବୃଦ୍ଧି ପାଉଥିବା ସାଇବର ଅପରାଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,"ସାଇବର ଅପରାଧ ବିରୋଧରେ ଲଢ଼େଇ କରିବା ପାଇଁ କେବଳ ବିଶ୍ୱସ୍ତରୀୟ ସହଯୋଗ ଆବଶ୍ୟକ ନୁହେଁ ବରଂ ଏହା ଜରୁରୀ ଅଟେ । ସାଇବର ସେକ୍ଟରରେ ବେଆଇନ ଆର୍ଥିକ କାରବାର ଏବଂ ଆତଙ୍କବାଦ ବିରୋଧରେ ଦେଶରେ ଏବେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସାଇବର ଧମକକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+