ସିରିୟାରୁ ୭୫ ଭାରତୀୟଙ୍କୁ ଏୟାଲିଫ୍ଟ, ଲେବାନନ୍ ରାସ୍ତା ଦେଇ ଫେରିବେ ଭାରତ
Syria Civil War: ସିରିୟାରେ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କ ୨୪ ବର୍ଷର ଏକଛତ୍ରବାଦ ଶାସନର ଅନ୍ତ ହୋଇଛି ଏବଂ ଦେଶ ଛାଡି ପଳାଇଛନ୍ତି ବସର ଅଲ ଅସଦ । ଏହା ପରେ ସିରିୟାରେ ଭୟଙ୍କର ସ୍ଥିତି ଉପୁଚିଛି । ଯାହାପରେ ସିରିୟାରୁ ୭୫ ଭାରତୀୟଙ୍କୁ ଏୟାଲିଫ୍ଟ କରାଯାଇଛି । ଲେବାନନ୍ ରାସ୍ତା ଦେଇ ଭାରତ ଆଣାଯିବା ନେଇ ସୂଚନା ରହିଛି । ଏୟାରଲିଫ୍ଟ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ସେହିପରି ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁସାରେ, ସିରିୟା ରାଷ୍ଟ୍ରପତି ବସର ଅଲ ଅସଦ ନିଜ ପରିବାର ସହ ଋଷର ଆଶ୍ରୟ ନେଇଥିବା ଖବର ପ୍ରକାଶ ପାଇବା ପରେ ଋଷକୁ କଡ଼ ଚେତାବନୀ ଦେଇଛି ଆମେରିକା । ଋଷ ଅଦସଙ୍କୁ ସହାୟତା କରିବାରୁ ଦୂରେଇ ରହୁ ବୋଲି ଆମେରିକା ଚେତାବନୀ ଦେଇଛି । ନଚେତ୍ ୟୁକ୍ରେନ୍ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବ ବୋଲି ଆମେରିକା ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।

ତେବେ ରାଷ୍ଟ୍ରପତିଙ୍କ ଦେଶ ଛାଡିବା ପରେ ରାଜଧାନୀ ଡାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ସେନା। ଅସଦ ସରକାର ବିରୋଧରେ ମୁଖ୍ୟ ବିଦ୍ରୋହୀ ଗୋଷ୍ଠୀ ବିଜୟ ଘୋଷଣା କରିବା ପରେ ଏହାର ମୁଖ୍ୟ ଅବୁ ଅହମ୍ମଦ ଅଲ ଜୁଲାନି ରାଜଧାନୀ ଡାମାସକସରରେ ପହଞ୍ଚିଥିବା ନେଇ ସୂଚନା ରହିଛି । ଯାହା ପରେ ଭାରତୀୟଙ୍କ ସୁରକ୍ଷା ଦେଶ ଛାଡିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ଏଥି ସହିତ ଜାତିସଂଘର ମାନବିକ କର୍ମୀମାନେ ସିରିଆର ପରିସ୍ଥିତିକୁ ବିଶୃଙ୍ଖଳିତ ଏବଂ ଅସ୍ଥିର ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଦେଶର ୧୬ ମିଲିୟନରୁ ଅଧିକ ଲୋକ ବର୍ତ୍ତମାନ ଖରାପ ସ୍ଥିତିରେ ଅଛନ୍ତି । ମିଳିତ ଜାତିସଂଘ କାର୍ଯ୍ୟାଳୟର ସମନ୍ୱୟ ସମନ୍ୱୟ କାର୍ଯ୍ୟାଳୟ (OCHA) ସୋମବାର କହିଛି ଯେ ନଭେମ୍ବର ୨୮ ରୁ ଡିସେମ୍ବର ୮ ମଧ୍ୟରେ କେବଳ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଏକ ଲକ୍ଷ ଲୋକ ନିଜ ଘରୁ ବିସ୍ଥାପିତ ହୋଇଛନ୍ତି।କାର୍ଯ୍ୟାଳୟ କହିଛି ଯେ ନିକଟରେ ବିସ୍ଥାପିତ ହୋଇଥିବା ଲୋକମାନଙ୍କ ମଧ୍ୟରେ ମୁଖ୍ୟତଃ ଆଲେପ୍ପୋ, ହାମା, ହୋମସ୍ ଏବଂ ଇଡଲିବ୍ ପ୍ରଦେଶର ମହିଳା ଏବଂ ଶିଶୁ ଅନ୍ତର୍ଭୁକ୍ତ। ପରିସ୍ଥିତି ଅତ୍ୟନ୍ତ ଗମ୍ଭିର ଅଟେ ।












Click it and Unblock the Notifications