ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ

ସୂଚନା ଓ ପ୍ରଯୁକ୍ତି, ସାମୁଦ୍ରିକ, ଏମ୍‍.ଏସ୍‍.ଏମ୍‍.ଇ., ହସ୍ତଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଭାରତ-ଥାଇଲାଣ୍ଡ ମଧ୍ୟରେ ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବ୍ୟାଙ୍କକକ୍‍ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଥାଇଲାଣ୍ଡ ପ୍ରତିପକ୍ଷ ପେଟୋଙ୍ଗଟାଙ୍ଗ ସିନାୱାର୍ତ୍ତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।

ଭାରତ-ଥାଇଲାଣ୍ଡ ସହଭାଗିତାକୁ ଅଧିକା ତ୍ୱରାନ୍ୱିତ କରିବା ଏବଂ ଆଞ୍ଚଳିକ ଓ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତା ମତବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଗାର୍ଡଅଫ୍‍ ଅନର ପ୍ରଦାନ କରାଯାଇଥିଲା । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମିଳିତ ବିବୃତ୍ତିରେ ଭାରତ-ଥାଇଲାଣ୍ଡ ସମ୍ପର୍କକୁ ରଣନୈତିକ ଭାଗିଦାରୀରେ ପରିଣତ କରିବା ସଂକ୍ରାନ୍ତ ନିଷ୍ପତ୍ତିର ଘୋଷଣା କରିଛନ୍ତି ।

ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣରୁ ଥାଇଲାଣ୍ଡର ସ୍ଥାନ ସ୍ୱତନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଉଭୟ ଦେଶର ସୁରକ୍ଷା ସଂସ୍ଥା ଗୁଡ଼ିକ ମଧ୍ୟରେ ରଣନୈତିକ ଭାଗିଦାରିତା ନେଇ ଆଲୋଚନା ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

pm modi

ଆଲୋଚନା ସମୟରେ ଉଭୟ ପକ୍ଷ ପର୍ଯ୍ୟଟନ ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ପାରସ୍ପରିକ ବାଣିଜ୍ୟ ଓ ପୁଞ୍ଜିନିବେଶ ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ବହୁ ପୁରାତନ ଏବଂ ଗଭୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ସୂତ୍ରରେ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସଂପ୍ରତି ଥାଇଲାଣ୍ଡରେ ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତବାସୀଙ୍କ ତରଫରୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଥାଇଲାଣ୍ଡକୁ ଏହି ଦୁଇଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଆଜି ସଂଧ୍ୟାରେ ଥାଇଲାଣ୍ଡ ପ୍ରତିପକ୍ଷ ପେଟୋଙ୍ଗଟାଙ୍ଗ ସିନାୱାର୍ତ୍ତାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ ।

ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ନୂତନ ମାର୍ଗ ଉନ୍ମୋଚନ ନେଇ ମଧ୍ୟ ଦୁଇନେତାଙ୍କ ମଧ୍ୟରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ରହିଛି । ଏହି ଅବସରରେ କେତେକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହେବ । ଷଷ୍ଠ ବିମ୍‍ଷ୍ଟେକ ଶିଖର ସମ୍ମିଳନୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଯୋଗଦେବେ । ଚଳିତଥରର ବିଷୟବସ୍ତୁ ରହିଛି 'ବିମ୍‍ଷ୍ଟେକ୍‍-ସମୃଦ୍ଧ, ସହନଶୀଳ ଏବଂ ଉନ୍ମୁକ୍ତ' । ଏହି ଶିଖର ସମ୍ମିଳନୀରେ ବ୍ୟାଙ୍କକ ଭିଜନ ୨୦୩୦ ଉପରେ ଆଲୋଚନା କରାଯିବା ସହିତ ଏହାକୁ ଗ୍ରହଣ କରାଯିବାର ଆଶା କରାଯାଉଛି ।

ଏହି ଅବସରରେ ବିମ୍‍ଷ୍ଟେକ୍‍ ଗୋଷ୍ଠୀ ରାଷ୍ଟ୍ର ଗୁଡ଼ିକର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପ୍ରସ୍ତୁତ ରିପୋର୍ଟଗୁଡ଼ିକ ଉପରେ ମଧ୍ୟ ମତ ବିନିମୟ ହେବ । ଏହି ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ବିମ୍‍ଷ୍ଟେକ୍‍ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ । ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି ।

ସୂଚନାଯୋଗ୍ୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଦିଶାନାୟକ ପ୍ରଥମ ବିଦେଶଗସ୍ତରେ ଆସି ଭାରତରେ ପହଞ୍ଚିଥିଲେ । ଶ୍ରୀ ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାର୍ଯ୍ୟକାଳ ମଧ୍ୟରେ ଏହା ହେଉଛି ଚତୁର୍ଥ ଶ୍ରୀଲଙ୍କା ଗସ୍ତ । ଦୁଇଦେଶ ମଧ୍ୟରେ ସଂସ୍କୃତି, ଇତିହାସ, ଧର୍ମ ଏବଂ ଲୋକଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ରହିଛି । ଶ୍ରୀଲଙ୍କା ହେଉଛି ଭାରତର ପଡୋଶୀ ପ୍ରଥମ ନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+