'ଆମେରିକାରେ ବନ୍ଦ ହେଉ ଖଲିସ୍ତାନୀ କାର୍ଯ୍ୟକଳାପ '
ଆମେରିକା ମାଟିରେ ଖଲିସ୍ତାନୀ ଉଗ୍ରପନ୍ଥୀମାନେ ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକା ଗୋଇନ୍ଦା ମୁଖ୍ୟ ତୁଲ୍ସୀ ଗାବାର୍ଡଙ୍କୁ ଜଣାଇଛନ୍ତି। ସୋମବାର ଗାବାର୍ଡଙ୍କ ସହ ବୈଠକରେ ରାଜନାଥ କହିଛନ୍ତି, ଖଲିସ୍ତାନୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ) ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି। ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟ କରୁଥିବା ଏହି ସଂଗଠନକୁ ଭାରତରେ ବେଆଇନ ଘୋଷଣା କରାଯାଇଛି। ଏଭଳି ବେଆଇନ ସଂଗଠନ ବିରୋଧରେ ଆମେରିକା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ନୂଆଦିଲ୍ଲୀ କହିଛି ।

ସୂଚନା ଅନୁଯାୟୀ, ଭାରତ ନିଜର ଉଦ୍ବେଗ ପ୍ରକାଶ କରିବା ସହ ଏହି ବେଆଇନ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ପ୍ରଶାସନକୁ ଅନୁରୋଧ କରିଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ (ଡିଏନ୍ଆଇ) ତୁଳସୀ ଗବାର୍ଡ ରାଜନାଥ ସିଂହଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଲକ୍ସନ୍ଙ୍କୁ ଉଷ୍ମ ଏବଂ ପାରମ୍ପରିକ ସ୍ୱାଗତ କରାଯାଇଥିଲା।












Click it and Unblock the Notifications