ବାଂଲାଦେଶ ଉପରେ ବଡ ଆକ୍ସନ ଗ୍ରହଣ କଲା ଭାରତ, ସ୍ଥଳପଥରେ ଆମଦାନୀ ଉପରେ ଲାଗିଲା ରୋକ୍

ଏକଦା ଭାରତର ଏକଦା ମିତ୍ର ରାଷ୍ଟ୍ର ଥିବା ବାଂଲାଦେଶ ଏବେ ଭାରତ ବିରୋଧୀ ପଦକ୍ଷେପ ନେଉଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସରକାରର ପତନ ପରେ ବାଂଲାଦେଶର ଅନ୍ତରୀଣ ସରକାର ଭାରତ ବିରୋଧୀ ହୋଇଛି। ଫଳରେ ଭାରତ-ବାଂଲାଦେଶ ମଧ୍ୟରେ ବାଣିଜ୍ୟିକ ଉତ୍ତେଜନା ଦେଖାଦେଇଛି। ଯେଉଁ ପାକିସ୍ତାନଠାରୁ ଅଲଗା ହେବାପାଇଁ ଏକଦା ମୁକ୍ତି ସଂଗ୍ରାମର ଆହ୍ବାନ ଦେଇ ବିପ୍ଳବ କରିଥିଲା ଓ ଭାରତର ସକ୍ରିୟ ସହଯୋଗରେ ସ୍ବତନ୍ତ୍ର ରାଷ୍ଟ୍ର ଗଠନ କରିଥିଲା, ଏବେ ସେହି ବାଂଲାଦେଶ ପଡ଼ୋଶୀ ପାକିସ୍ତାନକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ସମର୍ଥନ କରୁଛି ।

Bangladesh

ଏହାକୁ ନେଇ ଭାରତ ଏହି ପୁରୁଣା ପଡ଼ୋଶୀ ଉପରେ ଲଗାମ କରିବା ଆରମ୍ଭ କରିଛି। ଢାକା ଭାରତୀୟ ସୂତା ଆମଦାନୀ ଉପରେ କଟକଣା ଲଗାଇବା ପରେ ଭାରତ ମଧ୍ୟ ସ୍ଥଳପଥରେ ବାଂଲାଦେଶରୁ କେତେକ ଉତ୍ପାଦର ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛି।
ଭାରତୀୟ ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ ଶନିବାର ଏକ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ ବାଂଲାଦେଶରୁ ଆମଦାନୀ ପ୍ରତିବନ୍ଧକ ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ପ୍ରସ୍ତୁତ ପୋଷାକ, ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ, ମୃଦୁ ପାନୀୟ, ପ୍ଲାଷ୍ଟିକ ସାମଗ୍ରୀ ଏବଂ କାଠ ଆସବାବପତ୍ର ଭଳି ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଯାଇଛି। ଅନ୍ୟପକ୍ଷରେ ବାଂଲାଦେଶରୁ ସମସ୍ତ ପ୍ରକାରର ପ୍ରସ୍ତୁତ ପୋଷାକ (ଆର୍‌ଏମ୍‌ଜି) କେବଳ ନଭ୍‌ସେବା ଏବଂ କଲକାତା ସାମୁଦ୍ରିକ ବନ୍ଦର ଦେଇ ଆମଦାନୀକୁ ଅନୁମତି ଦିଆଯିବ। ସ୍ଥଳପଥରେ ଏହି ଆମଦାନୀ ପାଇଁ ଆଉ ଅନୁମତି ଦିଆଯିବ ନାହିଁ। ତେବେ ପ୍ଲାଷ୍ଟିକ୍, କାଠ ଆସବାବପତ୍ର, ପ୍ରକ୍ରିୟାକୃତ ଖାଦ୍ୟ, ଫଳ ସ୍ବାଦଯୁକ୍ତ ପାନୀୟ ତଥା ମୃଦୁ ପାନୀୟ, କପା ଏବଂ ସୂତା ପରି ଅନ୍ୟ ଜିନିଷଗୁଡ଼ିକୁ ମଧ୍ୟ ଉତ୍ତର-ପୂର୍ବ ରାଜ୍ୟ ଆସାମ, ମେଘାଳୟ, ତ୍ରିପୁରା, ମିଜୋରାମ ଏବଂ ପଶ୍ଚିମବଙ୍ଗର ସୀମାନ୍ତବର୍ତ୍ତୀ ଫୁଲବାରୀ ଏବଂ ଚାଙ୍ଗରାବନ୍ଧା ସମେତ ସ୍ଥଳପଥ ଦେଇ ଭାରତରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି। ମାଛ, ରନ୍ଧନ ଗ୍ୟାସ୍‌, ଖାଇବା ତେଲ ଏବଂ ଚୂର୍ଣ୍ଣ ପଥର ଭଳି ସାମଗ୍ରୀ ଏହି କଟକଣାରୁ ମୁକ୍ତ ରହିଛି।
ଅନ୍ୟ ଦେଶକୁ ରପ୍ତାନି ପାଇଁ ଭାରତୀୟ ବିମାନବନ୍ଦର ଓ ବନ୍ଦର ବ୍ୟବହାର କରିବାକୁ ଗତ ୫ ବର୍ଷ ଧରି ବାଂଲାଦେଶକୁ ଅନୁମତି ଦେଉଥିବା ଟ୍ରାନ୍ସସିପମେଣ୍ଟ ସୁବିଧାକୁ ଭାରତ ବନ୍ଦ କରିବା ପରେ ବାଂଲାଦେଶ ଏପ୍ରିଲ ୧୩ରେ ଭାରତୀୟ ସୂତା ଆମଦାନୀ ପାଇଁ ଏହାର ସ୍ଥଳପଥକୁ ବନ୍ଦ କରିଛି। ଭାରତରୁ ବାଂଲାଦେଶକୁ ବିଶେଷକରି ରଙ୍ଗୀନ ଏବଂ ବିଶେଷ ପ୍ରକାରର ସୂତା ରପ୍ତାନି କରାଯାଏ, ଯାହା ଭାରତର ସୂତା ରପ୍ତାନିର ପ୍ରାୟ ୩୦ ପ୍ରତିଶତ। ଏହି ବନ୍ଦ ଭାରତୀୟ କପଡ଼ା ମିଲ୍ ପାଇଁ ଯୋଗାଣ ଶୃଙ୍ଖଳକୁ ବାଧାପ୍ରାପ୍ତ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+