ବଡ ଆକ୍ସନ ଲେଲା ଭାରତ, କୁଟନୀତିଜ୍ଞଙ୍କ ପରିବାରକୁ ବାଂଲାଦେଶ ଛାଡିବାକୁ ନିର୍ଦ୍ଦେଶ

ବାଂଲାଦେଶ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର । ବାଂଲାଦେଶରେ ଅବସ୍ଥାପିତ ଭାରତୀୟ କୁଟନୀତିଜ୍ଞଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ଭାରତ ଫେରି ଆସିବାକୁ କୁହାଯାଉଛି । ସୁରକ୍ଷାକୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଛି । ବାଂଲାଦେଶର ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

Bangladesh

ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଅଧିକାରୀଙ୍କ ପରିବାର ଲୋକଙ୍କୁ ଭାରତ ଫେରି ଆସିବାକୁ କୁହାଯାଇଛି । ତେବେ ଢାକାରେ ଥିବା ଭାରତୀୟ ଦୂତାବାସଙ୍କ କାର୍ଯ୍ୟାଳୟ ଆଗ ଭଳି ସମସ୍ତ ସେବା ପ୍ରଦାନ କରିବ । ଏହାକୁ ଏବେ ବନ୍ଦ କରାଯାଇ ନାହିଁ । ତେବେ କେତେ ତାରିଖ ସୁଦ୍ଧା ପରିବାର ଲୋକଙ୍କୁ ଭାରତ ଫେରିବାକୁ ପଡିବ ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।

ତେବେ ଢାକା ବ୍ୟତୀତ ଚିଟାଗଙ୍ଗ, ଖୁଲନା, ରାଜସାହି ଏବଂ ସିଲହେଟରେ ଭାରତୀୟ ଅଧିକାରୀ ରହିଛନ୍ତି । ସେମାନଙ୍କ ପରିବାର ଲୋକେ ମଧ୍ୟ ଏଠାରେ ରୁହନ୍ତି । ଏବେ କିନ୍ତୁ ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା କାରଣରୁ ସେମାନଙ୍କ ଉପରେ ବିପଦ ରହିଛି ।

ସୂଚନାଯୋଗ୍ୟ,୨୦୨୪ରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ସେଠାରେ ୟୁନୁସ ସରକାର ଗଠନ ପରେ ଶେଖ ହାସିନା ଭାରତ ଚାଲି ଆସିଥିଲେ । ତାଙ୍କୁ ଭାରତରେ ଆଶ୍ରୟ ପ୍ରଦାନ କରାଯାଇଛି । ହସିନାଙ୍କ ବାଂଲାଦେଶ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି । ତାଙ୍କୁ ଫେରାଇନେବାକୁ ବାଂଲାଦେଶର ଅନ୍ତରୀଣ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ହେଲେ ଭାରତରେ ସେ ଆଶ୍ରୟ ନେଇଥିବାରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+