ବଡ଼ ଆକ୍ସନ ନେଲା ଭାରତ; ଭାରତ ଆକାଶରେ ଉଡ଼ିପାରିପାରିବନି ପାକିସ୍ତାନ ବିମାନ

ପୁଣି ପାକିସ୍ତାନ ଉପରେ ଭାରତର କଡ଼ା ପ୍ରହାର । ଭାରତ ଆକାଶରେ ଉଡ଼ି ପାରିପାରିବନି ପାକ୍ ବିମାନ । ପାକିସ୍ତାନ ପାଇଁ ସମସ୍ତ ଏୟାରସ୍ପେଶ୍ ବନ୍ଦ କଲା ଭାରତ ।

ପୂର୍ବରୁ ଭାରତ ପାଇଁ ଏୟାରସ୍ପେଶ୍ ବନ୍ଦ କରିଥିଲା ପାକିସ୍ତାନ। ଭାରତର ଏହାର ମୁହଁତୋଡ଼ ଜବାବ ଦେବା ସହ ସମସ୍ତ ଏୟାରସ୍ପେଶକୁ ବନ୍ଦ କରିଛି । ପୂର୍ବରୁ ଭାରତ-ପାକ୍ ବାଣିଜ୍ୟ କାରବାର ଛିନ୍ନ ହୋଇଥିବାବେଳେ ଆକାଶ ମାର୍ଗ ବନ୍ଦ ହେବା ପାକିସ୍ତାନ ଉପରେ ଭାରତର କୂଟନୈତିକ ଓ ଆର୍ଥିକ ପ୍ରହାର କୁହାଯାଉଛି ।

ମେ' ୨୩ ତାରିଖ ଯାଏଁ ପାକ୍ ପାଇଁ ଏୟାରସ୍ପେସ୍ ବନ୍ଦ କରିଛି ଇଣ୍ଡିଆ । ପାକିସ୍ତାନରେ ପଞ୍ଜୀକୃତ ଏବଂ ପାକ୍ ପରିଚାଳିତ ବିମାନ ପାଇଁ କଟକଣା ଜାରି କରାଯାଇଛି।

India decline Pakistani aircraft in india sky

ଉଲ୍ଲେଖଯୋଗ୍ୟ, ପୂର୍ବରୁ ପାକିସ୍ତାନର ଟ୍ୱିଟର ଆକାଉଣ୍ଟ ଓ ଭାରତରେ ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଥିଲା ଭାରତ। ଏଥିସହ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରିଥିଲା ଭାରତ।

ଫଳରେ ପାଣି ଟୋପେ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ପାକିସ୍ତାନୀ। ଏଥିସହ ଶନିବାର ବିନା କୌଣସି ସୂଚନାରେ ଝେଲମ ନଦୀ ପାଣି ଛାଡ଼ିବା ଫଳରେ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦ ନିକଟରେ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+