Big Breaking: କାନାଡା ଲୋକଙ୍କ ପାଇଁ ଭାରତ ଭିସା ସେବା ରଦ୍ଦ

India-Canada Conflict: ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜ୍ୱରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟ ବିବାଦ ଲାଗିରହିଛି । ଏହାରି ମଧ୍ୟରେ ଗୁରୁବାର ଦିନ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଅନିଦ୍ଧିଷ୍ଟ କାଳ ପାଇଁ କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କଲା ଭାରତ । ଅର୍ଥାତ୍ ଭାରତକୁ ଆସିବାକୁ ଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଧିଷ୍ଟ କାଳ ପାଇଁ ମିଳିପାରିବ ନାହିଁ । ଏନେଇ ବିଏଲଏସ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଜରିଆରେ ନୋଟିସ୍ ଜାରି କରାଯାଇ ସୂଚନା ଦିଆଯାଇଛି ।

ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜ୍ୱରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଉପରେ ବାଗଚି କହିଛନ୍ତି ଯେ, ଏହା ରାଜନୈତିକ ଉଦ୍ଦେଶ୍ୟ କରାଯାଉଛି । ଏହି ଅଭିଯୋଗ ଭିତ୍ତିହୀନ। ବାସ୍ତବରେ, ନିକଟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦାବି କରିଛନ୍ତି ଯେ, ନିଜ୍ୱରଙ୍କ ହତ୍ୟାରେ ଜଣେ ଭାରତୀୟ ଏଜେଣ୍ଟଙ୍କର ହାତ ଥିବାର ଆଶଙ୍କା କରାଯାଉଛି ।

canda

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, କାନାଡାର ହାଇ କମିଶନ ଏବଂ କନସୁଲେଟ୍ ସୁରକ୍ଷାକୁ ନେଇ ଚିନ୍ତିତ। ଧମକର ସମ୍ମୁଖୀନ ହେଉଛନ୍ତି | ଏହା ସେମାନଙ୍କର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରୁଛି । ତେଣୁ ହାଇ କମିଶନ ଏବଂ କନସୁଲେଟ୍ ଭିସା ସାମୟିକ ଭାବରେ ଭିସା ଆବେଦନ କରିବାରେ ଅସମର୍ଥ। ଏହାର ସମୀକ୍ଷା ଜାରି ରହିବ ।


ସୂଚନାଥାଉ ଯେ, ଦିନକୁ ଦିନ କାନାଡା-ଭାରତ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ଭାରତ ଖଲିସ୍ତାନୀ ଆତଙ୍କୀଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିଥିବା ବେଳେ ଏହାକୁ କାନାଡା ଅଣଦେଖା କରିଛି । ସେପଟେ ଖାଲିସ୍ତାନୀଙ୍କ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ନେଇ ସୂଚନା ରହିଛି । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ ଜୁନ୍ ୧୮ ତାରିଖରେ ହତ୍ୟା କରାଯାଇଥିଲା । ଯେଉଁଥି ପାଇଁ ଭାରତକୁ ଦାୟି କରିଥିଲା କାଡାନା ।

ସେହିପରି ଭାରତ ପକ୍ଷରୁ କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି । କାରଣ ବର୍ତ୍ତମାନ ଭାରତ ପ୍ରତି କାନାଡାର ହିଂସା, ଘୃଣା, ବୃଦ୍ଧି ପାଇଛି । ସେଠାରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଯୋଗାଯୋଗ ନମ୍ବର ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+