ଆମେରିକାକୁ ଡାକଯୋଗେ ପଠାଯାଉଥିବା ୧୦୦ ଡଲାର ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଉପରେ ସ୍ଥଗିତାଦେଶ
ଆମେରିକାକୁ ପଠାଯାଉଥିବା ଏକଶହ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଚିଠି, ନଥିପତ୍ର ଏବଂ ଉପହାର ସାମଗ୍ରୀ ସମେତ ସମସ୍ତ ପ୍ରକାର ଡାକ ବୁକିଂକୁ ସରକାର ସ୍ଥଗିତ ରଖିଛନ୍ତି। ଡାକ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆମେରିକାକୁ ପଠାଯାଉଥିବା ଡାକ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ତେବେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଯଥାଶୀଘ୍ର ଡାକସେବା ପୁନଃସ୍ଥାପନ ପାଇଁ ପ୍ରୟାସ ଜାରି କରାଯାଉଛି। ଆମେରିକା ପାଇଁ ଡାକ ବୁକିଂ କରିଥିବା ଜିନିଷପତ୍ର ଉପରେ ସେବା ବାବଦ ଖର୍ଚ୍ଚ ଫେରସ୍ତ କରିଦିଆଯିବ ବୋଲି ଡାକବିଭାଗ କହିଛି।












Click it and Unblock the Notifications