Nag Mk-2 ମିସାଇଲର ସଫଳ ପରୀକ୍ଷଣ

ଭାରତ କ୍ରମାଗତ ଭାବରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରୁଛି । ଏହାରି ମଧ୍ୟରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତୃତୀୟ ଜେନେରେସେନ୍‌ର ଆଣ୍ଟି ଟ୍ୟାଙ୍କ ଫାୟର-ଏଣ୍ଡ୍‌-ଫରଗେଟ୍‌ ଗାଇଡେଡ୍‌ ମିସାଇଲ(ଏଟିଜିଏମ୍‌) 'ନାଗ Mk-2' ସଫଳତାର ସହ ପରୀକ୍ଷଣ କରିଛି । ଏହି ପରୀକ୍ଷା ସୋମବାର ରାଜସ୍ଥାନର ଜୈସଲମୈର ଜିଲ୍ଲାର ପୋଖରାନ୍‌ରେ ଫିଲ୍ଡ ଫାୟାରିଂ ରେଞ୍ଜରେ କରାଯାଇଛି ।

ନାଗ ମିସାଇଲ କ୍ୟାରିୟର ଭର୍ସନ-୨ର ମଧ୍ୟ ଫିଲ୍ଡ ପରୀକ୍ଷଣ କରାଯାଇଛି । ପ୍ରତି ଥର ଏହି ମିସାଇଲରେ କିଛି ନୂଆ ଯୋଡାଯାଏ ଯାହା ପରେ ଏହାର ପରୀକ୍ଷଣ କରାଯାଏ । ପୂର୍ବରୁ ୨୦୧୭, ୨୦୧୮, ୨୦୧୯, ୨୦୨୦ ଓ ୨୦୨୩ ଓ ୨୦୨୪ରେ ଅଲଗା ଅଲଗା ଉପାୟରେ ନାଗ ମିସାଇଲର ପରୀକ୍ଷଣ କରାଯାଇଛି ଏବଂ ସମସ୍ତ ପରୀକ୍ଷଣ ସଫଳ ମଧ୍ୟ ହୋଇଛି ।

anti-tank missile Nag Mk-2

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପୋଖରାନ୍‌ରେ ଚାଲିଥିବା ପରୀକ୍ଷଣ ସମୟରେ ଫିଲ୍ଡ ଟ୍ରାଏଲ୍‌ରେ ଏହି ମିସାଇଲ୍‌ ସିଷ୍ଟମକୁ ମୋଟ୍‌ ତିନିଥର ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଏହାର ସର୍ବାଧିକ ଏବଂ ସର୍ବନିମ୍ନ ରେଞ୍ଜ୍‌ରେ ଥିବା ଟାର୍ଗେଟକୁ ହିଟ କରିବାର ସାମର୍ଥ୍ୟକୁ ଚେକ କରାଯାଇଥିଲା ।

ତେବେ ଏହା ସମସ୍ତ ଲକ୍ଷ୍ୟକୁ ସଠିକ୍‌ ଭାବରେ ନଷ୍ଟ କରିଦେଇଥିବା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହିତ ନାଗ ମିସାଇଲ କ୍ୟାରିୟର ଭର୍ସନ-୨ର ମଧ୍ୟ ଫିଲ୍ଡ ପରୀକ୍ଷଣ କରାଯାଇଥିଲା । ବାସ୍ତବରେ, ପ୍ରତ୍ୟେକ ଥର ଏହି କ୍ଷେପଣାସ୍ତ୍ରରେ କିଛି ନୂତନ ଯୋଗ କରାଯାଇଥାଏ, ଯାହା ପରେ ଏହା ପରୀକ୍ଷା କରାଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+