ସଫଳ ପରୀକ୍ଷଣ ହେଲା ଦେଶର ଆଣବିକ ସକ୍ଷମ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର
ଭୁବନେଶ୍ବର: ଓଡିଶାର ଚାନ୍ଦିପୁରରେ ସଫଳ ପରୀକ୍ଷଣ ହେଲା ଦେଶର ଆଣବିକ ସକ୍ଷମ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର। ଶନିବାର ପୂର୍ବାହ୍ନ 11.6 ମିନିଟରେ ଡିଆରଡିଓ ଦ୍ଵାରା ଏହି ସଫଳ ପରୀକ୍ଷଣ କରଯାଇଥିଲା।

ଅଗ୍ନି-ପି ହେଉଛି କ୍ଷେପଣାସ୍ତ୍ରର ଅଗ୍ନି ଶ୍ରେଣୀର ଏକ ନୂତନ ତଥା ଅତ୍ୟନ୍ତ ଉନ୍ନତମାନର କ୍ଷେପଣାସ୍ତ୍ର। ଏହା ଏକ ଦୁଇ-ପର୍ଯ୍ୟାୟ କ୍ୟାନିଷ୍ଟାଇଜଡ୍ କ୍ଷେପଣାସ୍ତ୍ର ଯାହାକି ଏକ ହଜାରରୁ ଦୁଇ ହଜାର କିଲୋମିଟର ପରିସୀମାରେ ସଫଳ ଲକ୍ଷ ଭେଦ କରିପାରିବ। ବାଲେଶ୍ଵରର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସକାଳ 11ଟାରେ ଏହି ପରୀକ୍ଷା କରାଯାଇଥିଲା । ଉତକ୍ଷେପଣ ବିଷୟରେ DRDO କହିଛି ଯେ ଟେଲିମେଟ୍ରି, ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଷ୍ଟେସନ୍ ଏବଂ ଡାଉନଗ୍ରେଜ୍ ଜାହାଜଗୁଡ଼ିକ ପୂର୍ବ ଉପକୂଳରେ ଅବସ୍ଥିତ ଏବଂ କ୍ଷେପଣାସ୍ତ୍ର ଟ୍ରାଜେକ୍ଟୋରୀ ଏବଂ ପାରାମିଟର ଉପରେ ନଜର ରଖିଛି ।












Click it and Unblock the Notifications