ଅପରେସନ ସିନ୍ଦୂର ନେଇ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଭାରତର ତୀବ୍ର ବିରୋଧ
ଅପରେସନ ସିନ୍ଦୂର ନେଇ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଭାରତ ତୀବ୍ର ବିରୋଧ କରିଛି । ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବିଶେଷକରି ଜମ୍ମୁ କାଶ୍ମୀର ସଂପର୍କିତ ମାମଲାରେ ମତାମତ ଦେବା ଲାଗି ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ଭାରତ କହିଛି । ଜାତିସଂଘ ସୁରକ୍ଷା ପରିଷଦର ମୁକ୍ତ ବିତର୍କରେ ଭାଗ ନେଇ ପାକିସ୍ତାନ ରାଷ୍ଟ୍ରଦୂତ ଅସୀମ୍ ଇଫ୍ତିଖାର୍ ଅହମ୍ମଦଙ୍କ ଆନ୍ତର୍ଜାତିକ ନିୟମ ଅନୁପାଳନ ସଂପର୍କିତ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି.ହରିସ୍ କହିଛନ୍ତି,

ଆତଙ୍କବାଦକୁ ନିଜର ନୀତି ଭାବେ ଗ୍ରହଣ କରିଥିବା ପାକିସ୍ତାନ କାର୍ଯ୍ୟକଳାପ ଆଦୌ ଗ୍ରହଣୀୟ ନୁହେଁ । ସେ କହିଛନ୍ତି, ପାକିସ୍ତାନ ଏକମାତ୍ର ଏଜେଣ୍ଡା ହେଉଛି ଭାରତ ଏବଂ ତା'ର ଲୋକଙ୍କ କ୍ଷତି କରିବା । ପାକିସ୍ତାନ ପକ୍ଷରୁ ଆତଙ୍କବାଦକୁ କେବେ ମଧ୍ୟ ମୂଳପୋଛ କରାଯାଇ ପାରିବ ନାହିଁ ବୋଲି ଦିଆଯାଇଥିବା ମନ୍ତବ୍ୟକୁ ଖଣ୍ଡନ କରି ପି. ହରିସ୍ କହିଛନ୍ତି, ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦର କଡ଼ା ଜବାବ ଦିଆଯାଇଛି ।












Click it and Unblock the Notifications