ଆମେରିକାକୁ ଡାକ ସେବା ବନ୍ଦ କଲା ଭାରତ ! ଜାଣନ୍ତୁ ପୁରା କାରଣ
ଆମେରିକାକୁ ଡାକସେବା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଡାକ ବିଭାଗ ସ୍ଥଗିତ ରଖିଛି। ଚଳିତମାସ ୨୨ ତାରିଖରେ ଡାକ ବିଭାଗ ପକ୍ଷରୁ ୧୦୦ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ ପାର୍ସଲ ଜାରି ରହିବ ବୋଲି କୁହାଯାଇଥିଲା । କିନ୍ତୁ ଏବେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଛି ।

ଫଳରେ ଏବେ ଚିଠି, ଦସ୍ତାବିଜ୍ ଏବଂ ୧୦୦ ଡଲାର ମୂଲ୍ୟ ପର୍ଯ୍ୟନ୍ତ ଉପହାର ସାମଗ୍ରୀ ମଧ୍ୟ ପଠାଯାଇ ପାରିବ ନାହିଁ। ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିବୃତି ଜାରି କରାଯାଇଛି। ସେଥିରେ କୁହାଯାଇଛି ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଖୁବ୍ଶୀଘ୍ର ସେବା ପୁନଃଆରମ୍ଭ ନେଇ ଉଦ୍ୟମ କରାଯାଉଛି। ଯେଉଁ ଗ୍ରାହକ ପୂର୍ବରୁ ସାମଗ୍ରୀ ପଠାଇବା ପାଇଁ ବୁକ୍ କରିଛନ୍ତି ଏବଂ ତାହାକୁ ପ୍ରେରଣ କରାଯାଇ ନାହିଁ ସେ ବାବଦ ରାଶି ଫେରସ୍ତ ଦାବି କରିପାରିବେ।












Click it and Unblock the Notifications