'ପାକିସ୍ତାନକୁ ଖାଲି କରିବାକୁ ହେବ PoK '
ଜାତିସଂଘ (UN) ସୁରକ୍ଷା ପରିଷଦରେ ଭାରତ ପୁଣିଥରେ ପାକିସ୍ତାନକୁ ତାର କାର୍ଯ୍ୟକଳାପ ପାଇଁ ଘେରିଛି। ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନାବେଳେ ପାକିସ୍ତାନ ପୁଣି ଥରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଏଥର ମଧ୍ୟ ଭାରତ ପଡ଼ୋଶୀ ଦେଶକୁ କଡ଼ା ଭର୍ତ୍ସନା କରିଛି ଭାରତ। ଭାରତର ସ୍ଥାୟୀ ପ୍ରତିନିଧି, ରାଷ୍ଟ୍ରଦୂତ ହରିଶ ପି. ପାକିସ୍ତାନକୁ ସମାଲୋଚନା କରି କହିଛନ୍ତି, ପାକିସ୍ତାନ ଆମର ଜମ୍ମୁ ଏବଂ କଶ୍ମୀର ଉପରେ ବାରମ୍ବାର ଭିତ୍ତିହୀନ ଏବଂ ଅନାବଶ୍ୟକ ବୟାନ ଦେଉଛି। ଏପରି ବୟାନ ପାକିସ୍ତାନର ମିଥ୍ୟା ଦାବି କିମ୍ବା ଆତଙ୍କବାଦ ପ୍ରସାର ନୀତିକୁ ଯଥାର୍ଥ କରିପାରିବ ନାହିଁ।
ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତର ରାଷ୍ଟ୍ରଦୂତ ପରବତାନେନୀ ହରିଶ ସଫା ସଫା କରି କହି ଦେଇଛନ୍ତି କି, '' ପିଓକେ ଭାରତର ଅଂଶ । ପାକିସ୍ତାନକୁ ପିଓକେ ଖାଲି କରିବାକୁ ପଡିବ । ପାକିସ୍ତାନ ବାରମ୍ବାର ଜାମ୍ମୁକାଶ୍ମୀର ନାମ ନେଇ ତାର ନୈତିକତାକୁ ଉଲ୍ଲଘଂନ କରୁଛି । ଜାମ୍ମୁକାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଛି ରହିବ । ଜାମ୍ମୁକାଶ୍ମୀରର ଯେଉଁ ସବୁ ସ୍ଥାନରେ ପାକିସ୍ତାନ ଅବୈଧ କବଜା କରିଛି ତାକୁ ଖାଲି କରିବାକୁ ପଡିବ ।''

ୟୁଏନଏସସିରେ ଭାରତ ଆହୁରି କହିଛି, '' ପାକିସ୍ତାନ ସହ ଭାରତ ଭଲ ସମ୍ପର୍କ ଚାହେଁ ମାତ୍ର ଏହା ପାକିସ୍ତାନର ଦାୟିତ୍ବ । ତାକୁ ପ୍ରଥମେ ଆତଙ୍କବାଦ ଶେଷ କରିବାକୁ ପଡିବ । ଶାନ୍ତିର ମାହୋଲ ସୃଷ୍ଟି କରିବାକୁ ହେବ ଫଳରେ ଦୁଇ ଦେଶ ମଧ୍ୟରେ କିଛି ଆଲୋଚନା ସମ୍ଭବ ହେବ । ସଂଯୁକ୍ତ ରାଷ୍ଟ୍ର ପରି ମଞ୍ଚରେ ପାକିସ୍ତାନ ଛୋଟମୋଟ ରାଜନୀତି ନକରୁ । ଏଠାରେ ଆମେ ପୁରୁଣା ବିବାଦ ନୁହେଁ ଶାନ୍ତିର କଥା କହୁ । ପିଓକେରେ ତାର ଅବୈଧ କବଜା କୌଣସି ପ୍ରକାର ଜାରି ରହିବ ନାହିଁ ।''












Click it and Unblock the Notifications