ପାକିସ୍ତାନ ଉପରେ ବର୍ଷିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, କହିଲା ପିଓକେକୁ.....
ଜମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନର ବୟାନ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନକୁ ଭର୍ତ୍ସନା କରିଛି । ଏହି ସମୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ପିଓକେକୁ ଉଲ୍ଲେଖ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ବିଶ୍ୱ ଜାଣିଛି ଯେ ଅସଲ ପ୍ରସଙ୍ଗ ହେଉଛି ପାକିସ୍ତାନ ଦ୍ୱାରା ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ । ବାସ୍ତବରେ ଏହି ଅଞ୍ଚଳ ଶାନ୍ତି ଏବଂ ସୁରକ୍ଷା ପାଇଁ ଏକ ବଡ଼ ପ୍ରତିବନ୍ଧକ।
ପାକ୍ ଅଧିକୃତ କଶ୍ମୀର (ପିଓକେ) କଥା କହି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ବିଶ୍ୱ ଜାଣେ ଯେ ପ୍ରକୃତ ପ୍ରସଙ୍ଗ ହେଉଛି ସୀମାପାର ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ଏବଂ ପ୍ରୋତ୍ସାହନ। ଏହି ଅଞ୍ଚଳ ବାସ୍ତବରେ ଶାନ୍ତି ଓ ନିରାପତ୍ତା ପାଇଁ ଏକ ବଡ଼ ବାଧକ ବୋଲି ସେ କହିଛନ୍ତି।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ମିଛ ପ୍ରଚାର କରିବା ପରିବର୍ତ୍ତେ ପାକିସ୍ତାନ ବେଆଇନ ଏବଂ ବଳପୂର୍ବକ ଅଧିକୃତ ଭାରତୀୟ ଅଞ୍ଚଳ ଖାଲି କରିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ମାର୍ଚ୍ଚ ୧୬, ୨୦୨୫) ପ୍ରସିଦ୍ଧ ପଡକାଷ୍ଟର ତଥା ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କରିଥିଲେ, ଯାହା ପରେ ପାକିସ୍ତାନ ଉତ୍ତେଜିତ ହୋଇ ଜମ୍ମୁ-କଶ୍ମୀର କୁ ନେଇ ପରସ୍ପର ବିରୋଧୀ ବୟାନ ଦେବା ଆରମ୍ଭ କରିଥିଲା । ପାକିସ୍ତାନ କହିଥିଲା ଯେ କଶ୍ମୀର ପ୍ରସଙ୍ଗ ଏକ ବିବାଦୀୟ ପ୍ରସଙ୍ଗ । କଶ୍ମୀରରେ ଭାରତ ସରକାର ଦମନଲୀଳା ଚଳାଇଛନ୍ତି ବୋଲି ମଧ୍ୟ ପାକିସ୍ତାନ ଅଭିଯୋଗ କରିଥିଲା ।












Click it and Unblock the Notifications