୪୦ କୂଟନୈତିକ କର୍ମଚାରୀ ଫେରିଯିବେ କାନାଡା, ଭାରତ ଦେଲା ନିର୍ଦ୍ଦେଶ
India-Canada Conflict: ଖାଲିସ୍ତାନୀ ପ୍ରସଙ୍ଗରେ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଭାରତ ନେଇଛି ବଡ଼ ନିଷ୍ପତ୍ତି । ଅକ୍ଟୋବର 10 ସୁଦ୍ଧା ଭାରତରେ ଥିବା କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଭାରତରୁ ତୁରନ୍ତ ଫେରାଇନେବା ପାଇଁ କାନାଡାକୁ ନିର୍ଦ୍ଦେଶ ଦେଇଛି ଭାରତ । ନଚେତ୍ ସେମାନଙ୍କର କୂଟନ ନୈତିକ ପ୍ରତିରକ୍ଷା ପ୍ରତ୍ୟାହାର କରାଯିବ। ତେବେ ଭାରତ ସରକାର ଏ ସମ୍ପର୍କରେ କୌଣସି ସୂଚନା ଦେଇ ନାହାଁନ୍ତି ।
ସୂଚନା ଅନୁସାରେ ଭାରତରେ ବର୍ତ୍ତମାନ ୬୨ ଜଣ କାନାଡର କୂଟନୀତିଜ୍ଞ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ 40 କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ କୁହାଯାଇଛି। ଏହି ପ୍ରସଙ୍ଗକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ, କାନାଡାରେ ରହୁଥିବା ଭାରତର କୂଟନୈତିକ କର୍ମଚାରୀଙ୍କ ସଂଖ୍ୟା ତୁଳନାରେ, କାନାଡାରେ ରହୁଥିବା ଭାରତୀୟ କୂଟନୈତିକ କର୍ମଚାରୀଙ୍କ ସଂଖ୍ୟା କମ୍ । ତେବେ ଏହି ସଂଖ୍ୟା ସଂଖ୍ୟା ସମାନ ରହିବା ଉଚିତ୍ । ଏହାପୂର୍ବରୁ ଭାରତ କାନାଡା ନାଗରିକଙ୍କ ଭିସା ସେବାକୁ କିଛି ଦିନ ପାଇଁ ସ୍ଥଗିତ ରଖିଥିଲା।

ଆମେରିକାରେ ଏସ ଜୟଶଙ୍କର କହିଛନ୍ତି, 'କାନାଡା ପ୍ରଧାନମନ୍ତ୍ରୀ ଯେପରି ଅଭିଯୋଗ କରିଛନ୍ତି ତାବା ଠିକ୍ ନୁହେଁ । ଖାଲିସ୍ତାନୀ ଆତଙ୍କବାଦ ଉପରେ କାନାଡା ରୋକ୍ ଲଗାଇବା ଉଚିତ୍ । ଭାରତ ବିଶ୍ୱାସ କରେ ଯେ, କାନାଡାରେ ଏବଂ ହିଂସା ଏବଂ ଭୟର ବାତାବରଣ ରହିଛି, ତେବେ ଏହି ସ୍ଥିତି ବିଷୟରେ ଚିନ୍ତା କରିବା ଉଚିତ୍ । ଆମ ମିଶନରେ ସ୍ମୋକ୍ ବୋମା ଫିଙ୍ଗି ଯାଉଛି, ଭାରତର ବାଣିଜ୍ୟ ଦୁତାବାସ ସାମ୍ନାରରେ ହିଂସାର ବାତାବରଣ ଦେଖିବା ପାଇଁ ମିଳୁଛି ଏହା ସହ ଆମ ଲୋକଙ୍କୁ ଟାର୍ଗେଟ୍ କରାଯାଉଛି । କେବଳ ଏତିକି ନୁହେଁ, ଲୋକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ଆପଣ ଏହାକୁ ସାଧାରଣ ବୋଲି ଭାବୁଛନ୍ତି କି? ଯଦି ଏହା ଅନ୍ୟ କୌଣସି ଦେଶରେ ହୋଇଥାନ୍ତା ତେବେ ପ୍ରତିକ୍ରିୟା କ'ଣ ହୋଇଥାନ୍ତା?' ।
ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ୟୁ-ଟର୍ନ ନେଇଥିଲେ। ସବୁଠାରୁ ବଡ କଥା ହେଉଛି ଜଷ୍ଟିନ ଟ୍ରୁଡୋ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଗୋଟିଏ ମଧ୍ୟ ପ୍ରମାଣ ଉପସ୍ଥାପନ କରିପାରିନ ନାହାଁନ୍ତି ।












Click it and Unblock the Notifications